December 5, 2024

ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଣ୍ଡେଇ କବିତା ଆସର ଅନୁଷ୍ଠିତ…………

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ – ୨୦୨୪ ପାଳନ ଅବସରରେ ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଉମରକୋଟ, ଡାବୁଗାଁ, ଝରିଗାଁ, ରାଇଘର,ପାପଡାହାଣ୍ଡି ଓ ଚନ୍ଦାହାଣ୍ଡି ବ୍ଲକର କବି/କବୟିତ୍ରୀ ମାନଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହେଇ ଥିଲା।ଏଇ ଛଅଟି ବ୍ଲକ୍ ରୁ ୫୯ ଜଣ କବି/କବୟିତ୍ରୀ ଉପସ୍ଥିତି ରହି ସ୍ବରଚିତ କବିତା ପାଠ କରିଥିଲେ।ପ୍ରଥମ ଅଧିବେଶନରେ ଇ.ଚନ୍ଦନା ମଲ୍ଲିକ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି ସ୍ବାଗତ ଭାଷଣ ଦେଇଥିବା ବେଳେ ଆୟୋଜିତ ଆଲୋଚନା ଚକ୍ରରେ ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଶ୍ରୀ ବଲ୍ଲଭ ରାଉତ ସଭାପତିତ୍ବ କରିଥିଲେ । ଅତିଥି ଭାବେ ବରିଷ୍ଠ ନେତା ଶ୍ରୀ ଜୟଦେବ ପରିଡା, ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଶୀଳା ମାଝୀ, ବରିଷ୍ଠ ସାହିତ୍ୟିକ ଡା. ସୁରେନ୍ଦ୍ର ନାଥ ଦାଶ, ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଡ ଜୀତେନ୍ଦ୍ର କୁମାର ସାମଲ, ଫକୀର ମୋହନ ପଠନ ଶାଳା ସଂପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ବରିଷ୍ଠ ଓକିଲ ଶ୍ରୀନିବାସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଦ୍ବିତୀୟ ଅଧିବେଶନ ରେ ସନାତନ ସ୍ମୃତି ସାହିତ୍ୟ ସଂସଦ ସଂପାଦକ ଅଧ୍ୟାପକ ପରୀକ୍ଷିତ ସାହୁ ଓ ଗବେଷକ ଶ୍ରୀ ସାଇମନ ବିଡିକା ସମ୍ମାନିତ ଅତିଥି ଥିବା ବେଳେ,ଶ୍ରୀମତୀ ସ୍ୱାଗତିକା ସାହୁ ଓ ଯୁବ କବି ଶ୍ରୀ ସାଗର କୁମାର ପରିଡା କବିତା ଗୁଡ଼ିକର ସଂଯୋଜନା କରିଥିଲେ, ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ କେଦାରେଶ୍ୱର ପଟ୍ଟନାୟକ,ଶ୍ରୀ ଟୁଟୁ ବାବୁ ପଟ୍ଟନାୟକ, ସମୀର କୁମାର ପ୍ରଧାନ, ଏମ.ହିମାଂଶୁ ଆଚାରୀ, ରାଜ କିଶୋର ନାଏକ ଓ ଶ୍ରୀ ବିବେକାନନ୍ଦ ପଟ୍ଟନାୟକ ପରିଚାଳନା କରିଥିଲେ। ଶେଷରେ ଶ୍ରୀ କେଦାରେଶ୍ୱର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

You may have missed