ଓଡିଶାର ବିଭିନ୍ନ ବର୍ଗର ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀମାନଙ୍କ ବିବିଧ ସମସ୍ୟା ସମ୍ପର୍କରେ ବିଶାଳ ସମାବେଶ ପାଇଁ ପୁରୀଜିଲ୍ଲା ଶିକ୍ଷକ ଓ କର୍ମଚାରୀଙ୍କ ବୈଠକ ..
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଆଗାମୀ ଡ଼ିସେମ୍ବର ୧୦ ତାରିଖ ଦିନ ଭୁବନେଶ୍ୱର ଗାନ୍ଧୀମାର୍ଗ ରେ ରାଜ୍ୟ ର ବିଭିନ୍ନ ବର୍ଗ ର ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମାନଙ୍କର ବିବିଧ ସମସ୍ୟା ସଂପର୍କ ରେ ଏକ ବିଶାଳ ସମାବେଶ ହେବ l ଦେଶ ସ୍ୱାଧୀନତା ପରେ ରାଜ୍ୟ ରେ ମୋଟ ଉଚ୍ଚବିଦ୍ୟାଳୟ ସଂଖ୍ୟା ଥିଲା ୩୫୬ l ତତକାଳୀନ ସରକାର ଶିକ୍ଷା ର ବିକାଶ ପାଇଁ ଜନ ସାଧାରଣ ଙ୍କୁ ବିଦ୍ୟାଳୟ ଖୋଲିବା ପାଇଁ ଆହ୍ୱାନ କଲେ l ୧୯୬୯ ଓ ୧୯୭୨ ଶିକ୍ଷା ଆଇନକୁ ଭିତ୍ତିକରୀ ଜନ ସାଧାରଣ ଖୋଲି ଥିବା ବିଦ୍ୟାଳୟ କୁ ଅନୁଦାନ ପ୍ରଦାନ କଲେ l କିନ୍ତୁ ବଡ଼ ଦୁଃଖ ଓ ପରୀତାପ ର ବିଷୟ ୧୯୯୪ ଠାରୁ ୨୦୦୪ ପଯ୍ୟନ୍ତ ଅନୁଦାନ ନ ଦେଇ ତତକାଳୀନ ସରକାର ବ୍ଲକ ଗ୍ରାଣ୍ଟ ଭଳି ଏକ କୁସ୍ତିତ ପ୍ରଥା ପ୍ରଚଳନ କଲେ l ଯେଉଁ ଥିରେ ପେନସନ କିମ୍ବା ଚାକିରୀ ସର୍ତା ବଳି ନାହିଁ l ବର୍ତମାନ ରାଜ୍ୟ ୨୫୫୧ ଟି ଅନୁଦାନ ପ୍ରାପ୍ତ ମାଧମିକ ବିଦ୍ୟାଳୟ , ୯୧୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ୩୯ ସଂସ୍କୃତ ଟୋଲ, ମାଦ୍ରାସ ୧୩୧, ୬୬୨ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୀର୍ଘ ଦିନ ଧରି କାର୍ଯ୍ୟ କଲା ପରେ ସେମାନେ ପେନସନ ଓ ଚାକିରୀ ସର୍ତ୍ତାବଳି ରୁ ବଞ୍ଚିତ ଅଛନ୍ତି l ପୁରୀ ଜିଲ୍ଲା ରେ ଏହିପରି ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ୧୨୮ଟି ମାଦ୍ରାସ–୦୨, ଏମ. ଇ –୭୮, ସଂସ୍କୃତ ଟୋଲ –୫ ଏବଂ ଅଣ ଅନୁଦାନ ପ୍ରାପ୍ତ ୧୨ଟି ସ୍କୁଲ ଆଦୌ କିଛି ୩୦/୩୨ ବର୍ଷ କାମ କଲା ପରେ କିଛି ପାଇଁ ନାହାନ୍ତି l ତେଣୁ ଆଗକୁ ଆମର ଦାବି ଗୁଡିକ ପୂରଣ ନହେଲେ ଆମେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବା ସହିତ ବିଦ୍ୟାଳୟ ରେ ଅନ୍ୟ ଠିକା କର୍ମଚାରୀଙ୍କୁ ପ୍ରବେଶ କରେଇ ଦେବୁନାହିଁ କହିଛନ୍ତି ପୁରୀଜିଲ୍ଲା ବ୍ଲକ ଗ୍ରାଣ୍ଟ ଶିକ୍ଷକ କର୍ମଚାରୀ ସଂଘ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ