ସ୍ମଶାନ ଘାଟ କୁ ବିରୋଧ କରି ଜିଲ୍ଲାପାଳକୁ ସ୍ମାରକ ପତ୍ର ପ୍ରଦାନ କଲେ ଗ୍ରାମବାସୀ
ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବିଜ୍ଞାପିତ ଆଞ୍ଚଳ ଅଧୀନସ୍ତ ଦାମୋଦରପୁର ଗ୍ରାମ ଜନ ବସତିକୁ ଲାଗି ନିର୍ମାଣଧିନ ହେଉଥିବା ସ୍ମଶାନ ଘାଟକୁ ଗ୍ରାମ ବାସି ବିରୋଧ କରି ଆସୁଛନ୍ତି l ଏନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କୁ ଲିଖିତ ଭାବେ ଜଣାଇ ଉକ୍ତ ସ୍ଥାନରେ ସ୍ମଶାନ ଘାଟ ବଦଳରେ ଶିଶୁ ଉଦ୍ୟାନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଅନୁରୋଧ କରିଛନ୍ତି l ଉକ୍ତ ସ୍ଥାନରେ ଶବ ଦାହ କରାଗଲେ ବାୟୁ ପ୍ରଦ୍ୟୁଷଣ ହୋଇ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେବେ ବୋଲି ଗ୍ରାମ ବାସୀ ଜିଲ୍ଲାପାଳ ଙ୍କୁ ଅବଗତ କରିଛନ୍ତି l ଏଥି ସହିତ ଛତ୍ରପୁର ବିଧାୟକ ଓ ଏନଏସି ଅଧ୍ୟକ୍ଷାଙ୍କୁ ମଧ୍ୟ ସେଠାରୁ ମଶାଣି ପ୍ରକଳ୍ପ ହଟାଇବାନେଇ ଲିଖିତ ଭାବେ ଜଣାଇଛନ୍ତି l