July 6, 2024

ଜୋନାଲ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Share

ଜୋନାଲ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବୁଗୁଡ଼ା : ତା ୦୨/୧୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜ କ୍ରୀଡା ପ୍ରାଙ୍ଗଣରେ ଆୟୋଜିତ ଜୋନାଲ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚରେ ଖ୍ରୀଷ୍ଟ ଏଚ୍ଏସ୍ଏସ୍ ଦଳ ରେଭେନ୍ସା ଏଚ୍ଏସ୍ଏସ୍ ଦଳକୁ ହରାଇ ବିଜୟୀ ହୋଇଥିଲା । ସେହିପରି ମହିଳା ବର୍ଗର ଫାଇନାଲ୍ ମ୍ୟାଚରେ ଭୁବନେଶ୍ବର କିସ୍ ଏଚ୍ଏସ୍ଏସ୍ ଟିମ୍ ବ୍ରହ୍ମପୁର ସିଟି ଏଚ୍ଏସ୍ଏସ୍ ଟିମକୁ ହରାଇ ବିଜୟୀ ହୋଇଥିଲା । ରେଫେରି ଆଶିଷ କୁମାର ଜେନା , ଦିପକ ପାତ୍ର ଓ ଦିପ୍ତିରାଣୀ ସାହୁ ପ୍ରମୁଖ ମ୍ଯାଚଗୁଡିକୁ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ପିପୁଲ୍ସ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତା କରିଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା କାଉନସିଲ ଡେପୁଟି ସକ୍ରେଟାରୀ କୁଳମଣି ଓଝା , ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ , ଅଧ୍ୟାପକ ଜୟରାମ ବିଷୋୟୀ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ କରିବା ସହ ପୁରୁଷ ଓ ମହିଳା ଉଭୟ ବର୍ଗର ବିଜେତା ଦଳକୁ ଓ୍ବିନର ଟ୍ରଫି ଏବଂ ଉପବିଜେତା ଦଳକୁ ରନର୍ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ବାସ୍କେଟବଲ୍ କାଉନସିଲ ତରଫରୁ ମୁଖ୍ଯ ଚୟନକର୍ତ୍ତା ଭାବେ ସଚ୍ଚିଦାନନ୍ଦ ଦାସ ଓ ପର୍ଯ୍ୟବେକ୍ଷିକା ଭାବେ ସୁଚତା ସ୍ବାଇଁ ଯୋଗ ଦେଇଥିଲେ । କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଏମ୍. ଶ୍ରୀନିବାସ ଦୋରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

You may have missed