July 6, 2024

ବୁଗୁଡ଼ାରେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ

Share

ବୁଗୁଡ଼ାରେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୦୨/୧୧/୨୩ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବୁଗୁଡ଼ା ବ୍ଲକ୍ ପକ୍ଷରୁ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଆମ ଓଡିଶା ନବୀନ ଓଡିଶା ତଥା ଫାଇଭ୍-ଟି ଅଧ୍ଯକ୍ଷ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିଲା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ବୁଗୁଡ଼ା ବ୍ଲକର ୨୧ଟି ପଞ୍ଚାୟତରେ ୨୧୬ଟି ପ୍ରକଳ୍ପ ପାଇଁ ୧୦ କୋଟି ୫୦ ଲକ୍ଷ ଟଙ୍କାର ବ୍ଯୟବରାଦ ରହିଥିବା ଜଣାଯାଇଛି।
ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଭର୍ଚୁଆଲ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ବିକାଶଧାରା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବିଡିଓ ସନ୍ତୋଷ କୁମାର ଜେନା , ତହସିଲଦାର ତାପସ ରାଉତ , ଜିପିଇଓ ମନୋଜ କୁମାର ସାହୁଙ୍କ ସମେତ ବ୍ଲକର ନିର୍ବାଚିତ ଜନପ୍ରତିନିଧିଗଣ ଏବଂ ସଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।

You may have missed