July 6, 2024

ଓଡ଼ିଶା-ଆନ୍ଧ୍ର ସୀମାନ୍ତ’ରେ ବାଇକ୍ ଚୋରୀ ରାକେଟକୁ ଧରିଲା ପାରଳା ପୋଲିସ ଜଣେ ଗିରଫ ୩ ବାଇକ ଉଦ୍ଧାର —-

Share

ଓଡ଼ିଶା-ଆନ୍ଧ୍ର ସୀମାନ୍ତ’ରେ ବାଇକ୍ ଚୋରୀ ରାକେଟକୁ ଧରିଲା ପାରଳା ପୋଲିସ ଜଣେ ଗିରଫ ୩ ବାଇକ ଉଦ୍ଧାର —-
ଗଜପତି —-ଓଡିଶା – ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଓ ଶ୍ରୀକାକୁଲମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ସକ୍ରିୟ ଥିବା ଏକ ମୋଟର ସାଇକଲ ଚୋର ଗ୍ୟାଙ୍ଗକୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଧରିବାରେ ସଫଳ ହୋଇଛି ।
ଏ ସଂକ୍ରାନ୍ତରେ ଜଣେ ପୋଲିସ ଅଭିଯୁକ୍ତ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଟେକେଲି ଗ୍ରାମ ସ୍ଥିତ କଣ୍ଡରା ସାହିର ହରିଶ ଚନ୍ଦ୍ର ବେହେରାକୁ ଗିରଫ କରା ଯାଇଥିବା ବେଳେ ତା ଠାରୁ ୩ ଟି ମୋଟର ସାଇକଲ ଉଦ୍ଧାର କରାଯାଇଛି ।
ପାରଳାଖେମୁଣ୍ଡି ମଡେଲ ପୋଲିସ ଷ୍ଟେସନ ସୂତ୍ରରୁ ଜଣାଯାଇଛି ଯେ ଗତ ୨୮/୧୦/୨୦୨୩ ତାରିଖ ଦିନ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅମରା ଗ୍ରାମ’ର ରାଇପିଲି ନରସିମ୍ମା ସନ୍ଧ୍ୟା ସମୟରେ ନିଜ ନୀଳ ରଙ୍ଗର ହୋଣ୍ଡା ମୋଟର ସାଇକେଲ ପାରଳା ରେଳ ଷ୍ଟେସନ ନିକଟସ୍ଥ ପାର୍କିଂ ଷ୍ଟାଣ୍ଡ’ରେ ରଖି ରାଜ୍ୟରାଣୀ ଏକଷ୍ପ୍ରେସ ଟ୍ରେନ’ରେ ଛାଡ଼ିବା ପାଇଁ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଯାଇଥିଲେ । ତେବେ ଷ୍ଟେସନରୁ ଟ୍ରେନ ଛାଡ଼ିବା ପରେ ରାଇପିଲୀ ନରସିମ୍ମା ତାଙ୍କ ମୋଟର ସାଇକଲ ନେବା ପାଇଁ ଆସି ଦେଖିଲା ବେଳକୁ ସେଠାରେ ମୋଟର ସାଇକଲ ନାହିଁ କେହି ଚୋର ତାହା ଚୋରି କରି ନେଇଯାଇଛି ।
ତତକ୍ଷଣାତ ରାଇପିଲୀ ନରସିମ୍ମା ନିଜର ମୋଟର ସାଇକଲ ଚୋରି ହୋଇ ଯାଇଥିବା ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ସ୍ଥିତ ମଡେଲ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ମୋଟର ସାଇକଲ ଚୋରିଯିବା ଘଟଣା’ର ଲିଖିତ ଅଭିଯୋଗ ରିପୋର୍ଟ ପ୍ରକାରେ ପାରଳା ମଡେଲ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ କେଶ ନଂ ୩୩୪ ତା: ୨୮/୧୦/୨୦୨୩ ରିଖ – ଆଇପିସି: ଧାରା ୩୭୯ ପ୍ରକାରେ ମକଦ୍ଦମା ଦାଏର କରିବା ସହ ଏ ଦିଗରେ ପାରଳା ମଡେଲ ଥାନା ପୋଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ମଡେଲ ଥାନାର ନୂତନ ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ନେତୃତ୍ୱରେ ଚୋରି ଘଟଣାର ଅନୁସନ୍ଧାନ ଜାରୀ ରହିଥିବା ବେଳେ ଅଭିଯୁକ୍ତ ତୁରନ୍ତ ଚିହ୍ନଟ ହୋଇ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ମୋଟର ସାଇକଲ ଉଦ୍ଧାର କରିବାରେ ପୋଲିସ ସଫଳ ହୋଇଥିବା ଜଣାପଡିଛି ।
ଅଭିଯୁକ୍ତ ହରିଶ ଚନ୍ଦ୍ର ବେହେରାକୁ ପାରଳା ପୋଲିସ ଚୋରି ଘଟଣା ସମ୍ପର୍କରେ ଅଧିକ ଜେରା କଲା ବେଳେ ଅଭିଯୁକ୍ତ ହରିଶ ବେହେରା ସେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ଏବଂ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫ ଟି ମୋଟର ସାଇକଲ ଚୋରି କରିଥିବା ମାନି ନେଇଥିଲା ଏବଂ ଚୋରି ଯାଇଥିବା ମୋଟର ସାଇକଲ ଗୁଡ଼ାକ ପୋଲିସ ପକ୍ଷରୁ ଉଦ୍ଧାର କରା ଯାଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ମୋଟର ସାଇକଲ ଚୋରି କରା ଯାଉଥିବା ବେଳେ ବ୍ୟବହାର କରା ଯାଉଥିବା ୩ ଟି ନକଲି ତଥା ମାଷ୍ଟର ଚାବି ଅଭିଯୁକ୍ତ ହରିଶ ବେହେରା ଠାରୁ ଉଦ୍ଧାର କରାଯାଇଛି ।
ତେବେ ଏହି ଚୋରୀ ଘଟଣା ରାକେଟ’ରେ ସଂପୃକ୍ତ ଥିବା ଅନ୍ୟ ସହଯୋଗୀ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ଚୋରି ଯାଇଥିବା ମୋଟର ସାଇକଲ ଗୁଡ଼ିକ ଉଦ୍ଧାର କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି । ଗିରଫ ତଥା ଅଭିଯୁକ୍ତ ହରିଶ ବେହେରା’କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ’କୁ ଚାଲାଣ କରାଯାଇ ଚୋରୀ ଘଟଣା ସମ୍ପର୍କରେ ତଦନ୍ତ ଜାରୀ ରହିଛି ବୋଲି ମଡେଲ ଥାନା ପକ୍ଷ’ରୁ କୁହାଯାଇଛି ।

ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)

You may have missed