July 1, 2024

ବାଦୁଆରେ ଦୂର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

Share

ବାଦୁଆରେ ଦୂର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୁଗୁଡ଼ା : ତା ୦୨/୧୦/୨୩ : ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ବାଦୁଆ ଗ୍ରାମସ୍ଥ ପୂଜା କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ୨୧ ତାରିଖ ଦିନ ମା’ ଦୂର୍ଗାଦେବୀଙ୍କ ସପ୍ତମୀ ପୂଜା ଉପଲକ୍ଷେ ଆଜି ଗାଁ ଠାକୁରାଣୀ ମନ୍ଦିର ଛକଠାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୂଜା କମିଟି ସମେତ ଗ୍ରାମବାସୀମାନେ ବାଦ୍ଯ ବାଜଣା ସହ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ୍ଯ ଭ୍ରମଣ ପୂର୍ବକ ମା’ଙ୍କ ପୂଜା ମଣ୍ଡପସ୍ଥଳରେ ଶୁଭଖୁଣ୍ଟିକୁ ସ୍ଥାପନ କରିଥିଲେ । ଉକ୍ତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମରେ ପୁରୋହିତ ଭାବେ ଗୋଦାବରୀଶ ହୋତା ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ଏସ୍. ରାମଚନ୍ଦ୍ର ଦୋରା ଦାୟିତ୍ବ ନିର୍ବାହ କରିଥିଲେ । ପୂଜା କମିଟିର ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ମଦନ ମୋହନ ରଥ ଓ ଶରତ ଚନ୍ଦ୍ର ପୃଷ୍ଟି ପରିଚାଳନା କରିଥିବା ବେଳେ ଯୁବକ ସଂଘର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।