July 1, 2024

ପୁରୀ ସହରରେ ଭାରତୀୟ ଡାକ ବିଭାଗ ପକ୍ଷରୁ ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ କରାଯାଇଛି

Share
  1. ପୁରୀ ସହରରେ ଭାରତୀୟ ଡାକ ବିଭାଗ ପକ୍ଷରୁ ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ କରାଯାଇଛି l

ଆଜି ପୁରୀ ସହର 5 ନୁମ୍ବର ୱାର୍ଡ ମଙ୍ଗଳା ଘାଟ ଜାଗା ଘର ନିକଟରୁ ଭାରତୀୟ ଡାକ ବିଭାଗ ପୁରୀ ମଣ୍ଡଳ ଦ୍ଵାରା “ମୋ ମାଟି ମୋ ଦେଶ ” କାର୍ଯ୍ୟକ୍ରମ ରେ ଘର ଘର ବୁ ଲି ମାଟି ସଂଗ୍ରହ କରାଯାଇଥିଲା !
ଶୋଭାଯାତ୍ରା ୱାର୍ଡ ନୁମ୍ବର 5 ,1,2 ଏବଂ 3 ପରିକ୍ରମା କରିଥିଲା !!
ଉକ୍ତ କାର୍ଯ୍ୟକ୍ରମ ରେ ପୁରୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ,ପୁରୀ ଡାକ ମଣ୍ଡଳ ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ରତନ ଜାନା,ଏବଂ ଡାକ ବିଭାଗ ର ଅନେକ ଅଧିକାରୀ,କର୍ମକର୍ତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦାନ କରିଥିଲେ !”
ଭାରତୀୟ ଡାକ ବିଭାଗ ର ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ !!
ପ୍ରାପ୍ତ ସୂଚନା ରୁ ଜଣା ପଡିଛି ଯେ ଏଭଳି ଭାବେ ସାରା ଦେଶରୁ ଘର ଘର ବୁଲି ମାଟି ସଂଗ୍ରହ କରି ଦିଲ୍ଲୀ ର କର୍ତଵ୍ୟ ପଥରେ ଏକ ଅମୃତ ବଟିକା ଆଜାଦି କି ଅମୃତ ମୋହଚ୍ଛବ ପାଳନ ପରିପେକ୍ଷୀରେ ନିର୍ମାଣ କରାଯିବ ,ଯେଉଁମାନେ କି ଦେଶ ମାତୃକା ପାଇଁ ନିଜ ଜୀବନ କୁ ବଳିଦାନ ଦେଇଛନ୍ତି ,ସେମାନଙ୍କ ଉଦେଶ୍ୟ ରେ ଏହା ଉଛଗିକୃତ ହେବ !!
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ