July 1, 2024

ଦିଲ୍ଲୀରେ ଅକ୍ଟୋବର 8 ପଞ୍ଚାୟତିରାଜ ଗ୍ରାମପ୍ରଧାନ ସରପଞ୍ଚ ସଂଗଠନର ରାଷ୍ଟ୍ରୀୟ ଅଧିବେଶନ

Share

ବ୍ରହ୍ମପୁର, 2/10 : ଅକ୍ଟୋବର 8 ତାରିଖରେ ପଞ୍ଚାୟତିରାଜ ଗ୍ରାମପ୍ରଧାନ ସରପଞ୍ଚ ସଂଗଠନର ରାଷ୍ଟ୍ରୀୟ ଅଧିବେଶନ ନୂଆଦିଲ୍ଲୀସ୍ଥିତ ଗ୍ରେଟେର ନୋଇଡ଼ା ଠାରେ ଅନୁଷ୍ଠିତ ହେବ ବୋଲି ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୟାରାମ ରାୟ ସୂଚନା ଦେଇଛନ୍ତି । ଏହି ଅଧିବେଶନରେ ମୁଖ୍ୟତଃ ସରପଞ୍ଚମାନଙ୍କ ବିଭିନ୍ନ ସମସ୍ୟା, ଅଫିସରମାନଙ୍କ ଦ୍ଵାରା ସରପଞ୍ଚମାନଙ୍କ କ୍ଷମତା ସଂକୁଚିତ କରାଯାଉଥିବା, ଗ୍ରାମ ସ୍ଵରାଜ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା, ଓଡ଼ିଶାରେ ଚାଲିଥିବା ସରପଞ୍ଚମାନଙ୍କ ଆନ୍ଦୋଳନ ସଫଳ ପାଇଁ କେନ୍ଦ୍ରୀୟ ସ୍ତରରେ ପଦକ୍ଷେପ ନେବା । ବିଶେଷକରି ଶିକ୍ଷା, ସ୍ଵାସ୍ଥ୍ୟ, ବଣ୍ଟନ ବ୍ୟବସ୍ଥା ଓ ଉନ୍ନୟନ କାର୍ଯ୍ୟର ସଫଳତା ପାଇଁ ସରପଞ୍ଚମାନଙ୍କୁ ଅଗ୍ରାଧିକାର ଦିଆଯିବା, ବିଭିନ୍ନ ଭତ୍ତା ପ୍ରଦାନ କ୍ଷେତ୍ରରେ ସରପଞ୍ଚମାନଙ୍କ ନିଷ୍ପତ୍ତିକୁ ଅଗ୍ରାଧିକାର ଦେବା ଇତ୍ୟାଦି ଉପରେ ଆଲୋଚନା କରାଯିବା ସହ କେନ୍ଦ୍ରୀୟ ସଂଗଠନକୁ କ୍ରୀୟାଶୀଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ଏହି ଅଧିବେଶନରେ ଯୋଗଦେବା ପାଇଁ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ ସରପଞ୍ଚ ସଂଗଠନ ଓଡ଼ିଶା ଶାଖାର ସଭାପତି ରବି ରଥଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି ।

(ରବି ରଥ)
ସଭାପତି
ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମପ୍ରଧାନ/ ସରପଞ୍ଚ ସଂଗଠନ, ଓଡ଼ିଶା ଶାଖା