April 20, 2025

ଗଜପତିର ଗଣମାଧ୍ୟମ ପ୍ରତିନିଧିଙ୍କଐତିହାସିକ ବୃନ୍ଦାବନ ପ୍ୟାଲେସରେ ବନ୍ଧୁମିଳନ

Share

ଗଜପତିର ଗଣମାଧ୍ୟମ ପ୍ରତିନିଧିଙ୍କଐତିହାସିକ ବୃନ୍ଦାବନ ପ୍ୟାଲେସରେ ବନ୍ଧୁମିଳନ

ପାରଳାଖେମୁଣ୍ଡି,2/10(ତାରିଣୀ ପ୍ରସାଦ ପଣ୍ଡା : ଗଜପତି ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସହରର ଐତିହାସିକ ବୃନ୍ଦାବନ ପ୍ୟାଲେସରେ ପରିସରରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ବହୁ ସଂଖ୍ୟକ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏକତ୍ରିତ ହୋଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହିତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ଆଲୋଚନା କରିଥିଲେ. ଗଣମାଧ୍ୟମର ବରିଷ୍ଠ ପ୍ରତିନିଧି ଗରୁଡ଼ ଧୌଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ରଶ୍ମି ରଞ୍ଜନ ମିଶ୍ର, ଗଣେଶ ରାଜୁ, ସନ୍ତୋଷ ପଟ୍ଟନାୟକ, ବିଜୟ କୁମାର ଗୌଡ଼, ବିଜେନ ପାଢ଼ୀ, ପ୍ରଦୀପ ନାୟକ, ସରୋଜ ବୀର, କୃଷ୍ଣ କୁମାର ବେହେରା, ଦିଲ୍ଲୀପ ଶତପଥୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେବା ସହ ସମସ୍ତ ସାମ୍ବାଦିକମାନଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ ।