July 1, 2024

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ

Share

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଷୟ ବିଶେଷଜ୍ଞ ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ନାରାୟଣ ସାହୁ
‘ ସମ୍ପାଦନା ର ରୂପ ବୈଚିତ୍ର୍ୟ ‘ ଶୀର୍ଷକ ସଂକ୍ରାନ୍ତ ରେ ନିଜର
ତIତ୍ତ୍ୱିକ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ , ସଂସ୍କୃତି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ , ଓଡ଼ିଆ ବିଭାଗର ଡ. ସମୀର ଭୋଇ , ଜିତେନ୍ଦ୍ର ମହାନ୍ତି ଙ୍କ ସମେତ ଅନେକ ଗବେଷକ , ଗବେଶିକI ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ଟିକୁ ଓଡ଼ିଆ ବିଭାଗ ର ସଂଯୋଜକ ଡ. ଦେବୀପ୍ରସାଦ ଶତପଥୀ ପରିଚାଳନା କରିଥିଲେ ।