July 1, 2024

ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କ ସାରଳା ମନ୍ଦିର ପରିଦର୍ଶନ

Share

ତିର୍ତ୍ତୋଲ :- ଜଗତସିଂହପୁର୍ ଜିଲ୍ଲା ସଦର ମହକୁମା ରେ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସିଥିବା ଅବସରରେ ରବିବାର ଦିନ ସନ୍ଧ୍ୟାରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଏଠାରେ ପହଞ୍ଚିବା ପରେ ମାଆଙ୍କ ସଂଧ୍ୟା ଆରତୀ ଦର୍ଶନ କରି , ମନ୍ଦିର ବେଢ଼ା ପରିକ୍ରମା କରି ଥିଲେ ! ସାରଳା ମନ୍ଦିରର ପରିଛା ପଣ୍ଡିତ ସୁଦାମ ଚରଣ ପଣ୍ଡା , ମୂଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ସେବାୟତସଂଘ୍ ର ସଭାପତି ବିଜୟ କୁମାର ରାଉଳ , ବରିଷ୍ଠ ସେବାୟତ କ୍ଷୀରୋଦ କୁମାର ରାଉଳ , ରଞ୍ଜନ କୁମାର ରାଉଳ , ବିଶ୍ଵରଞ୍ଜନ ରାଉଳ , ସିଦ୍ଧାର୍ଥ ରାଉଳ, ରମେଶ ଚନ୍ଦ୍ର ରାଉଳ ଓ ରମାକାନ୍ତ ରାଉଳ ପ୍ରମୁଖ, ମାନ୍ୟବର ମନ୍ତ୍ରୀଙ୍କୁ ମା ସାରଳା ଙ୍କ ଫଟୋଚିତ୍ର , ଆଜ୍ଞାମାଳ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥଲେ। ତାଙ୍କ ସହିତ ଜଗତସିଂହପୁର ବିଧାୟକ ତଥା ସରକାରୀ ମୂଖ୍ୟସଚେତକ ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ ମଧ୍ୟ ଅନୁରୂପ ସମ୍ମାନୀତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ତରଫରୁ ଇଞ୍ଜିନିୟର ସୁମିତ ଦାସ , ଯଶୋବନ୍ତ ରାଉତ ଓ ନିଲୁ ମହାପାତ୍ର ପ୍ରମୁଖ, କନକପୁର ସ୍ଵାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ରେ ପରିଣତ କରିବା ପାଇଁ ମନ୍ତ୍ରୀ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ମହୋଦୟ ଏଠାରେ ପହଞ୍ଚିବା ପରେ , ତାଙ୍କୁ ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ , ସାରଳାମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା , ତିର୍ତ୍ତୋଲ ଥାନା ଆଇ ଆଇ ସି ଅଭିମନ୍ୟୁ ନାୟକ, କନକପୂର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ! ଉଭୟ ନେତା କନକପୁର ସ୍ଵାସ୍ଥ୍ୟକେନ୍ଦ୍ର ର ଉନ୍ନତିକରଣ ନିମନ୍ତେ ସରକାର ଯଥାର୍ଥ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ, ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା !

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !