July 1, 2024

ଏନଏସି ପକ୍ଷରୁ ପରିମଳ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ

Share

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ସ୍ୱଛତା ଅଭିଯାନ ରେ ମିଳିତ ଭାବେ ଏକତ୍ରିତ ହେଇ 1 ଅକ୍ଟୋବର ରେ ଏକ ଘଣ୍ଟା ଶ୍ରମ ଦାନ କରି ପୂଜ୍ୟ ମହାତ୍ମା ଗାନ୍ଧୀଜି କୁ ଶ୍ରଦ୍ଧାଞ୍ଜଳି ଦିୟନ୍ତୁ କାର୍ଯ୍ୟକ୍ରମ ରେ ସମସ୍ତେ ଜନସାଧାରଣ ଗୋଟିଏ ଘଣ୍ଟା ସହରର ସ୍ୱଛତାପାଇଁ ବାର୍ତ୍ତା କୁ ଅନୁକରଣ କରି ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହର ପରିମଳ ଓ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧକ୍ଷା ପ୍ରତିଭା ପାଢ଼ୀ ଙ୍କ ତତ୍ୱାବିଧିନ ରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଙ୍କ ସହଯୋଗ ପରିମଳ ବିଶେଷଜ୍ଞ ସୁମିତ କୁମାର ବେହେରା ନେତୃତ୍ୱ ରେ ଏନଏସି କର୍ମଚାରୀ ବୃନ୍ଦ , ସଫାଇ କର୍ମଚାରୀ,ସ୍ୱୟଂ ସହାୟିକା ମହିଳା ଗୋଷ୍ଟି, ସ୍ଵଛ ସାଥି ଏଥିରେ ସାମିଲ ହୋଇ ଶ୍ରମଦାନ କରି ବଡବଜାର , ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ପରିସର ସଫେଇ କରିଥିଲେ l ଏହି ଅବସରରେ ସ୍ଵଛତା କୁ ନେଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ସହରର ବିକାଶ, ପରିମଳ କୁ ଗୁରୁତ୍ୱ ଦେବାପାଇଁ ସହର ବାସୀଙ୍କୁ ବୁଝେଇବା ସହ ଦେକାନ ଗୁଡିକର ଚତୃପାଶ୍ୱ ପରିଷ୍କାର ରଖିବାପାଇଁ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷ ଓ କାଉନସିଲର ଅନୁପସ୍ଥିତ ରହିଥିବା ନେଇ ସହରରେ ଆଲୋଚନା ହୋଇଥିବା ଲକ୍ଷ କରାଯାଇଥିଲା l