ନବରଙ୍ଗପୁର ରେ ଉତ୍କଳ ଗୋପାଳ ସମାଜ ଓଡିଶା……….
ନବରଙ୍ଗପୁର:-(ଏମ୍.ଦୀନା°ଶୂ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଆରାଧ୍ୟl ଦେବୀ ହିଙ୍ଗୁଳା ଓ ଶୈଳକ୍ଷେତ୍ରର ଆରଧ୍ୟ୍ୟ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଟାଉନ ହଲରେ ଉତ୍କଳ ଗୋପାଳ ସମାଜ ଓଡିଶା ତରଫରୁ ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଉତ୍କଳ ଗୋପାଳ ସମାଜର ଫାଉଣ୍ଡର କମିଟି ଓ ୧୭ ଟି ଜିଲ୍ଲା ଯଥା- ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ, କେନ୍ଦୁଝର, ସମ୍ବଲପୁର, ରାୟଗଡ଼, କୋରାପୁଟ, ଗଜପତି, କନ୍ଧମାଳ, ନୟାଗଡ଼, ଜଗତସିଂହପୁର, କଟକ, ଭଦ୍ରକ,ବାଲେଶ୍ୱର, ଯାଜପୁର ଜିଲ୍ଲା ଗୁଡିକର କର୍ମକତ୍ତାମାନଙ୍କ ଉପସ୍ଥିତରେ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଗଠନ କରାଗଲା l ଢେଙ୍କାନାଳ ଜିଲ୍ଲାର ଆଦର୍ଶ, ଢେଙ୍କାନାଳ ଜିଲ୍ଲାର ସମ୍ମାନ ଓ ଗୌରବ ଏବଂ ତାଳଚେର ମହାବିଦ୍ୟାଳୟର ଅଧ୍ୟାପକ ଭାବରେ ନିଜ ଜୀବନକୁ ଉତ୍ସର୍ଗୀକରଣ କରି ଦେଇଥିବା ଆମ ଗୋପାଳ ଜାତିର ଗର୍ବ ଓ ଗୌରବର ପ୍ରତୀକ ଶ୍ରୀମାନ ଶ୍ରୀଯୁକ୍ତ ତ୍ରିଲୋଚନ ଭୁତିଆ ମହୋଦୟଙ୍କୁ ଉତ୍କଳ ଗୋପାଳ ସମାଜ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ପଦବୀରେ ସାଫଲ୍ୟ ମଣ୍ଡିତ କରିବା ସହିତ 17 ଟି ଜିଲ୍ଲାର କର୍ମକର୍ତ୍ତାଙ୍କ ଉପସ୍ଥିତରେ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଛି l ଶ୍ରୀମାନ ଶ୍ରୀଯୁକ୍ତ ତ୍ରିଲୋଚନ ଭୁତିଆ ମହୋଦୟ ସେହି ବୈଠକରେ ଉପସ୍ଥିତ ଥିବା ସମସ୍ତ ଗୋପାଳ ଭାଇ ଭଉଣୀମାନଙ୍କୁ ସ୍ନେହ ଶ୍ରଦ୍ଧl ଓ ଭାବଯୁକ୍ତ ପୂର୍ବକ ସୂଚନା ଦେଇଛନ୍ତି l ଆଗାମୀ ଦିନରେ ଆମେ ସମସ୍ତେ ଆମ ଜାତିର ସମୂହସ୍ୱାର୍ଥ ପାଇଁ ସତଚେଷ୍ଟିତ ଭାବରେ ସଂକଳ୍ପବଦ୍ଧ ଉଦ୍ୟମ କରିବା ସହିତ ଆମ ଜାତିର ସ୍ୱାଭିମାନକୁ ବଞ୍ଚାଇ ରଖିବା l ଗୋପାଳ ଏକତା ଆମ ସମସ୍ତଙ୍କର ଲକ୍ଷ୍ୟ।
