ଉମରକୋଟ ପ୍ରଶାସନ ର ପ୍ରତିଶୃତି ପରେ ହଟିଲା ରାସ୍ତାରୋକ……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଆଶା କର୍ମୀ ଙ୍କ ମୃତ୍ୟୁ କୁ ନେଇ ଜିଲ୍ଲା ଆଶା କର୍ମୀ ସଙ୍ଗ ଓ ଜିଲ୍ଲା ମଜୁଦୁର ସଂଘ ଆନ୍ଦୋଳନ କରି ରାସ୍ତା ରୋକ କରିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦରେ। ମୃତ ଆଶାକର୍ମୀ ଜଣକ ହେଲେ ଉମରକୋଟ ବ୍ଲକ ସେମଳା ପଞ୍ଚାୟତ ବଡ ବାସିନୀ ଗ୍ରାମର ଦୈମତି ଭତରା (୨୮)। ସୂଚନା ପ୍ରକାରେ ଦୈମତି ଗତକାଲି ପ୍ରଶବ ବେଦନା ହେବାରୁ ପରିବାର ଲୋକେ ଅପରାହ୍ନରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଦୈମତି ଙ୍କୁ ଉପକଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଘଣ୍ଟା ଚିକିତ୍ସା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ନବରଙ୍ଗପୁର ଯିବା ସମୟରେ ରାସ୍ତାରେ ଦୈମତି ମୃତ୍ୟୁବରଣ କରିଥିଲେ। ଆଜି ଘଟଣା କୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଆଶା କର୍ମୀଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଏହି ଘଟଣାକୁ ନେଇ ଚିକିତ୍ସା କରୁଥିବା ଚିକିତ୍ସକ ଙ୍କୁ ଦାୟୀ କରିଛନ୍ତି। ଚିକିତ୍ସକଙ୍କର ଅବହେଳା ଯୋଗୁ ଅକାଳରେ ଆଶାକର୍ମୀ ମୃତ୍ୟୁ ବରଣ କରିଥିବା ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଉମରକୋଟ ଡିଏନକେ ମେଡିକାଲ ଛକ ଠାରେ ମୃତ ଆଶା କର୍ମୀଙ୍କ ଶବ ରଖି କ୍ଷତି ପୂରଣ ଦାବି କରିଥିଲେ ଗ୍ରାମବାସୀ ଓ ପରିବାର ଲୋକେ। ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।ଫଳରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରିଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ଥିଲେ।
ଆନ୍ଦୋଳନକାରୀଙ୍କ ଦାବି ହେଲା ଚିକିତ୍ସକଙ୍କର ଅବହେଳା ଯୋଗୁ ଆଶାକର୍ମୀଙ୍କ ମୃତ୍ୟୁ ହୋଇଛି। ଏଣୁ ତୁରନ୍ତ ଚିକିତ୍ସକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାସହ ଆଶାକର୍ମୀ ଜଣେ ସରକାରୀ କର୍ମଚାରୀ ହୋଇଥିବା ଯୋଗୁ କେନ୍ଦ୍ର ସରକାର ପକ୍ଷରୁ ୫୦ ଲକ୍ଷ ଏବଂ ରାଜ୍ୟ ସରକାର ପକ୍ଷରୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି ରଖାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ଡାକ୍ତର ଜଣକ କିଛି ଦିନ ପୂର୍ବେ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସ୍ତୁତି ବିଭାଗରେ କାର୍ଯ୍ୟ ଆରମ୍ଭ କରିଥିଲେ। କାର୍ଯ୍ୟ ଆରମ୍ଭ କରିବା ପର ଦିନଠାରୁ ଅଧିକାଂଶ ସମୟରେ ଗର୍ଭବତୀ ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନ କାରୀ। ପ୍ରତିବାଦ ପାଇଁ ମୃତ ଆଶା କର୍ମୀଙ୍କ ଶବକୁ ଗ୍ରାମବାସୀ ମାନେ କୋକେଇ ସାହାଯ୍ୟରେ ପ୍ରାୟ ୫ କିଲୋମିଟର ବୋହି ବୋହି ଉମରକୋଟ ଆଣି ରାଜ ରାସ୍ତାରେ ରଖି ପ୍ରତିବାଦ କରିଥିଲେ। ଯାହା ଫଳରେ ଉମରକୋଟ ଠାରୁ ନବରଙ୍ଗପୁର କୁ ଗାଡି ଚଳା ଚଳ ବାଧା ପ୍ରାପ୍ତ ହୋଇଥିଲା। ଦୀର୍ଘ ୪ ଘଣ୍ଟା ପରେ ପ୍ରଶାସନିକ ଅଧିକାରୀ ଙ୍କ ପ୍ରତିଶୃତି ପରେ ରାସ୍ତାରୋକରୁ ହଟିଥିଲେ ଆନ୍ଦୋଳନକାରୀ। ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପୈାର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୋଳିଆ ଘଟଣା ସ୍ଥଳରେ ପହଞ୍ଚି
ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା,ବାତ୍ସଲ୍ୟ ଯୋଜନା ରେ ମୃତ ଆଶା ଙ୍କ ଝିଅ ଙ୍କୁ ଅନ୍ତର୍ଭୁକ୍ତ କରି ମାସ କୁ ଚାରି ହଜାର ଦିଆଯିବ। କ୍ଷତି ପୁରଣ ବାବଦରେ ସରକାର ଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସମ୍ପୃକ୍ତ ଡାକ୍ତର ଙ୍କ ବିରୋଧ ରେ ପାଞ୍ଚ ଦିନ ଭିତରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।
