March 10, 2026

ପି ଇ ଓ ଙ୍କ ବଦଳି ବାତିଲ ଓ ସରପଞ୍ଚଙ୍କ ମନମୁଖୀ କାର୍ଯ୍ଯର ତଦନ୍ତ ଦାବୀରେ ବି ଡି ଓ ଙ୍କ ଦ୍ୱାରସ୍ଥ ହେଲେ ୱାର୍ଡ଼ ମେମ୍ବରଙ୍କ ସହ ପଞ୍ଚାୟତବାସୀ

IMG-20250902-WA0020
Share

 

 

ତା ୨/୯ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ ପି ଇ ଓ କାଳି ଚରଣ ସ୍ୱାଇଁଙ୍କ ବିରୋଧରେ ଅଭିଯୋଗ ଓ ବଦଳି ଦାବୀକୁ ବିରୋଧ କରିଛନ୍ତି ୱାର୍ଡ଼ ସଭ୍ୟସଭ୍ୟା ଏବଂ ପଞ୍ଚାୟତବାସୀ l ଏ ନେଇ ଆଜି ବି ଡି ଓ ପି. ମନସ୍ମିତାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଦାବିପତ୍ର ମୁତାବକ ଗତ ୨୧ ତାରିଖରେ ସରପଞ୍ଚ ଜୟନ୍ତୀ କୁଷପାରିଆ, ସମିତ ସଭ୍ଯା ଗୋରୀ ହରିଜନ ଏବଂ କିଛି ବ୍ୟକ୍ତିବିଶେଷ ପି ଇ ଓ ଶ୍ରୀ ସ୍ୱାଇଁ ପଞ୍ଚାୟତ ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତରେ ସରପଞ୍ଚଙ୍କୁ ନ ପଚାରିବା ଓ ଏଥିରେ ସରପଞ୍ଚଙ୍କ ଜାଲ ଦସ୍ତଖତ କରିଥିବା, ଧମକ ଦେବା, ମଦ୍ୟପାନ କରି ଉପଦ୍ରବ କରିବା ଆଦି ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ସହ ବଦଳି ଦାବୀ କରିଥିଲେ l ଗଣମାଧ୍ୟମରେ ପ୍ରକାଶିତ ଖବରରୁ ପଞ୍ଚାୟତ ବାସୀ ଜାଣିବାକୁ ପାଇଥିଲେ l ଅଭିଯୋଗର ସତ୍ୟାସତ୍ୟ ଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ କିନ୍ତୁ ପି ଇ ଓ ଏହି ପଞ୍ଚାୟତରେ ଦୁଇ ବର୍ଷରୁ ଅଧିକ ହେବ ଦାୟିତ୍ଵରେ ରହିଛନ୍ତି ତାଙ୍କ କାର୍ଯ୍ୟକଳାପକୁ ପଞ୍ଚାୟତ ବାସୀ ଦେଖି ଆସୁଛନ୍ତି ତେଣୁ ଏହି ଅଭିଯୋଗ ବିଶ୍ବାସ କରି ପାରୁ ନାହାନ୍ତି l ସରପଞ୍ଚ ଓ ସମିତି ସଭ୍ଯା ନିର୍ବାଚିତ ପ୍ରତିନିଧି ହୋଇ ବି କ୍ଷମତାକୁ ଆସିବାର ତିନିବର୍ଷ ବିତିଗଲାଣି ଲୋକଙ୍କ ସମସ୍ୟା ବୁଝିବା ତ ଦୂରର କଥା କୌଣସି ଗୋଟିଏ ହେଲେ ଗାଁରେ ପାଦ ପଡ଼ିନାହିଁ l ପି ଇ ଓ ସରକାରୀ ଅଧିକାରୀ ଭାବେ ସାମୂହିକ ଓ ବ୍ୟକ୍ତିଗତ ସରକାରୀ କାର୍ଯ୍ୟରେ ପ୍ରତି ଗାଁ ଗାଁ ରେ ଯାଇ ଲୋକଙ୍କ ସମସ୍ୟା ବୁଝି ଆସୁଛନ୍ତି I ଗାଁ ଲୋକ କିମ୍ବା ୱାର୍ଡ଼ ମେମ୍ବର ମାନଙ୍କ ସହ କେବେ ବି ଖରାପ ବ୍ୟବହାର କରିନାହାନ୍ତି l ଯେଉଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତରେ ସରପଞ୍ଚଙ୍କୁ ପଚରା ଯାଉ ନ ଥିବା ନେଇ ଅଭିଯୋଗ ଆଣିଥିବା ସରପଞ୍ଚ ନିଜେ ହିଁ ସେହି କାମ କରୁଛନ୍ତି l କ୍ଷମତାକୁ ଆସିବା ପରେ ଆଜି ପର୍ଯ୍ୟନ୍ତ କେବେହେଲେ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କିମ୍ବା ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ କୌଣସି ୱାର୍ଡ଼ ମେମ୍ବରଙ୍କୁ କିଛି ପଚାରି ନାହାନ୍ତି I ନିଜ ଇଚ୍ଛା ମୁତାବକ ପ୍ରସ୍ତୁତ କରନ୍ତି l ତେବେ ଯେଉଁ କାର୍ଯ୍ୟ ଖସଡ଼ାକୁ ନେଇ ଅଭିଯୋଗ ହୋଇଛି ସେଥିରେ ଏହି ଦୁଇ ପ୍ରତିନିଧିଙ୍କ ସ୍ୱାର୍ଥରେ ଆଞ୍ଚ୍ ଆସିବା ଭଳି ପ୍ରକଳ୍ପ ଥିଲା କି ସେଥିପାଇଁ ବିରୋଧ କରାଯାଉଛି l ଏହି ତିନି ବର୍ଷ ମଧ୍ୟରେ ପଞ୍ଚାୟତରେ ଜଣେ ପି ଇ ଓ, ପାଞ୍ଚ ଜଣ ଜେ ଇ, ତିନି ଜଣ ଜି ଆର୍ ଏସ୍ ଙ୍କ ବଦଳି ହେଲାଣି I ବଦଳିରେ ରୋକ ଲାଗୁନାହିଁ କି କର୍ମଚାରୀଙ୍କ ମଧ୍ୟରେ ସ୍ଥିରତା ଆସୁନାହିଁ l ଏହା ଦ୍ଵାରା ଉନ୍ନୟନ ମୂଳକ କାର୍ଯ୍ୟରେ ଘୋର ବାଧା ସୃଷ୍ଟି ହେଉଛି l ପୂର୍ବରୁ ବଦଳି ହୋଇଥିବା କର୍ମଚାରୀ ମାନଙ୍କୁ ନିଜ ପଞ୍ଚାୟତରେ ରଖି ଉନ୍ନତି ମୂଳକ କାର୍ଯ୍ୟ କରିବା ପରିବର୍ତ୍ତେ ଜଣେ ସ୍ଥାୟୀ ପି ଇ ଓ ଙ୍କୁ ବଦଳି ପାଇଁ ଦାବୀ କରୁଛନ୍ତି l ସରପଞ୍ଚଙ୍କ ମନମୁଖୀ କାର୍ଯ୍ଯର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ଉନ୍ନତି ମୂଳକ କାର୍ଯ୍ୟରେ ଆସନା ପଞ୍ଚାୟତ କୁନ୍ଦୁରା ବ୍ଲକର ସବୁଠାରୁ ତଳ ସ୍ତରରେ ରହିଅଛି ଏଣୁ ପି ଇ ଓ ଙ୍କ ବଦଳି କରିବା ପରିବର୍ତ୍ତେ ପଞ୍ଚାୟତର ବିକାଶ ଦିଗରେ ଗୁରୁତ୍ଵ ଦେବାକୁ ନିବେଦନ କରାଯାଇଛି l ପ୍ରତିନିଧିଙ୍କ ସ୍ଵାର୍ଥ ଦୃଷ୍ଟିରୁ ପି ଇ ଓଙ୍କୁ ବଦଳି କରାଯାଏ ତେବେ ସମସ୍ତ ୱାର୍ଡ଼ ସଭ୍ୟ,ସଭ୍ୟା ଏବଂ ପଞ୍ଚାୟତ ବାସୀ ଏହାର ଦୃଢ଼ ବିରୋଧ କରିବେ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି l ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟାଙ୍କ ସମେତ ପ୍ରତି ଗାଁରୁ ସର୍ବସାଧାରଣ ଆସି ବି ଡି ଓ ଙ୍କୁ ଭେଟିଥିଲେ l ସରପଞ୍ଚଙ୍କ ଅଭିଯୋଗ ନ ହେଲେ ବି ପି ଇ ଓ ଙ୍କୁ ସେଠାରୁ ବଦଳି ହୋଇଥାନ୍ତା l ତାଙ୍କର ଅବସର ସମୟ ବହୁ କମ୍ ଦିନ ରହିଛି ତେଣୁ ଅନ୍ୟ ଜଣଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି ବି ଡି ଓ କହିଥିଲେ l ବି ଡି ଓ ଙ୍କ ଏହି କଥାରେ ରାଜି ହୋଇ ନ ଥିଲେ ପଞ୍ଚାୟତ ବାସୀ I ଆଗାମୀ ଏକ ସପ୍ତାହ ମଧ୍ୟରେ ପି ଇ ଓ ଙ୍କ ବଦଳି ବାତିଲ କରାନଗଲେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ଯିବେ ବୋଲି ଶୁଣାଇ ଦେଇଛନ୍ତି l ଲୋକଙ୍କ ଠାରୁ ସମସ୍ତ ବିଷୟ ଶୁଣିବା ପରେ ବଦଳି ବାତିଲ ପାଇଁ ପଦକ୍ଷେପ ନିଆଯିବ ବୋଲି ବି ଡି ଓ କହିଥିବା ଅଭିଯୋଗ କାରୀମାନେ ସୂଚନା ଦେଇଛନ୍ତି l

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l