ଆଠଗଡ ରେ 1983 ବ୍ୟାଚ ତରଫରୁ ବିଶ୍ୱ ବନ୍ଧୁତା ଦିବସ ପାଳିତ
ଆଠଗଡ, ଆଠଗଡ ଚମ୍ପାଦେଇ ଠାକୁରାଣୀଙ୍କ ପୀଠରେ 1983 ବ୍ୟାଚ ତରଫରୁ ଆନ୍ତର୍ଜାତିକ ବିଶ୍ୱ ବନ୍ଧୁତା ଦିବସ ପାଳିତ ହୋଇଯାଇଛି, ସୁଦର୍ଶନ ସାହୁଙ୍କ ନିମନ୍ତ୍ରଣ କ୍ରମେ ବିଶ୍ୱ ବନ୍ଧୁତା ଦିବସକୁ ପ୍ରଥମକରି ଆଠଗଡ ରେ 1983 ବ୍ୟାଚ ଛାତ୍ର ମାନଙ୍କ ତରଫରୁ ପାଳନ କରାଯାଇଥିଲା | ଉଦେଶ୍ୟ ଥିଲା ସବୁ ବନ୍ଧୁ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା | ଏହି ଅବସରରେ ଆଠଗଡ ଇତିହାସର ଏହି ଚମ୍ପାଦେଇ ପାହାଡକୁ ବୁଲି ଦେଖିଥିଲେ ସମସ୍ତ ବନ୍ଧୁମାନେ | ଏହି ଅବସରରେ ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏକ ବୈଠକରେ ସମ୍ପାଦକ ସଞ୍ଜୟ କୁମାର ରଥ, ଅକ୍ଷୟ ରାଉତ, ପ୍ରମୋଦ ରାୟ, ପ୍ରମୋଦ ପାତ୍ର, ରମେଶ ବେହେରା, ସୁଦର୍ଶନ ସାହୁ,ନିରୋଦ କୁମାର ସାହୁ, ରମେଶ କୁମାର ସେଠି,ପ୍ରଦୀପ କୁମାର ରାଉତ, ଅଶୋକ କୁମାର ସାହୁ, ଧ୍ରୁବ ଚରଣ ସେଠି, ବିଭୁ ପ୍ରସାଦ ମିଶ୍ର, ଭବାନୀ ଶଙ୍କର ପ୍ରଧାନ,ପ୍ରକାଶ କୁମାର ବେହେରା ପ୍ରମୁଖ ବିଶ୍ୱ ବନ୍ଧୁତା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ | ଏହି ବନ୍ଧୁତା ଦିବସରେ ପ୍ରାୟ ପଚାଶ ରୁ ଅଧିକ ବନ୍ଧୁ ଯୋଗଦେଇଥିଲେ | ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସତେନ ପଣ୍ଡା |,
