ପଦ୍ମପୁର ଠାରେ ସମ୍ବଲପୁରୀ ଦିନ ପାଳିତ
ପଦମପୁର: (ଉପାନ୍ତ ଖବର) ୦୨/୦୮- ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରେ ସିର୍ଜିନା ସାହିତ୍ୟ ଆଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ
ଦିନ ବିଶେଷ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ପାଦକ ରାଜେନ୍ଦ୍ର ମହାନ୍ତି, ସଭାପତି ରାଜୁ ଘିବେଲା, ଡ. ପ୍ରମୋଦ ପାଢୀ, ନାଟ୍ଯକାର ଅଶୋକ ବହିଦାର, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ,କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଓ ବିଭୁତି ପଟ୍ଟନାୟକ, ଅକ୍ଷୟ କୁମାର ପଣ୍ଡା , ସନ୍ତୋଷ ସିଂ ଠାକୁର, ସୁଶାନ୍ତ ମିଶ୍ର,କବି ଅଧିକାରୀ ସା, ରମଣୀରଞ୍ଜନ ବିଶ୍ବାଲ, ଭୀଷ୍ମଦେବ ସାହୂ, ଅବନିକାନ୍ତ ସାହୁ, ଆଖଣ୍ତଳ ଦାସ, ନରୋତ୍ତମ ଦାସ, ଆତ୍ମଘୋଷିତ ସ୍ବର୍ଗତ ମନରଞ୍ଜନ ସାହୁ, ଯୁବ କବି ପୌଲସ୍ତି ସାହା, ଗାଳ୍ପିକା ସୁଶ୍ରୀ ଜିତେଶ୍ବରୀ ଦାସ ଓ ପ୍ରଭାତ ସାହୁ ଉପସ୍ଥିତ ଥିଲେ।
ଏହି ଅନୁଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ, ସମ୍ବଲପୁରୀ ସାହିତ୍ୟ, ସଂସ୍କୃତି, ସଂଗୀତ ଓ କଳାର ପ୍ରସାର ଓ ସଂରକ୍ଷଣ ଉପରେ ଆଲୋଚନା କରାଯାଇଥିଲା। ସାମାଜିକ, ସାହିତ୍ୟ ଓ ସାଂସ୍କୃତିକ ମଣ୍ଡଳର ବିଭିନ୍ନ ବ୍ୟକ୍ତିତ୍ୱ ତାଙ୍କର ଅଭିଭାଷଣରେ ସମ୍ବଲପୁରୀ ସଂସ୍କୃତିର ମହାନତା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ସଂଗୀତ ପରିବେଷଣ ସହ କବିତା ପାଠ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ବେଶ ଆନନ୍ଦ ଓ ପ୍ରେରଣା ଦେଇଥିଲା। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୁତି ପଟ୍ଟନାୟକ ଓ ଦୁଃଖୀଶ୍ୟାମ ତ୍ରିପାଠୀ ଙ୍କ କଣ୍ଠ ସଙ୍ଗୀତ ଓ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଶିଶୁ କଳାକାର ମାନଙ୍କର ନୃତ୍ୟ ପରିବେଷିତ ହୋଇଥଲା ଓ ଦର୍ଶକ ମାନଙ୍କର ମନ ମୋହିଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା ଓ ସିର୍ଜିନା ପତ୍ରିକାର ଏକ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା।ଶେଷରେ ରାଜେନ୍ଦ୍ର ମହାନ୍ତିଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ପାହା ଚିହ୍ନା ସିର୍ଜିନା ର କଳାକାର ମାନଙ୍କ ଦ୍ବାରା ପରିବେଷିତ ହୋଇଥଲା।
ଏହି ଆୟୋଜନ ସମ୍ବଲପୁରୀ ସଂସ୍କୃତି ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି କରିବା ଏବଂ ଏହି ସଂସ୍କୃତିକୁ ଆଗକୁ ବଢ଼ାଇବାର ଏକ ପ୍ରୟାସ ମାତ୍ର। ସମସ୍ତ କାର୍ଯ୍ୟରେ ଆଦିତ୍ୟ ରଥ, ଶେଷଦେବ ମେହେର, ପ୍ରମୋଦ ନାଥ, ରମେଶ ଗୁର୍ଲା, ସୁରେନ୍ଦ୍ର ସାହୁ ଓ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)