November 15, 2024

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା , ୧୫୬ଟି ପ୍ରକଳ୍ପ ପ୍ରଦର୍ଶିତ 

Share

 

ବୁଗୁଡ଼ା : ତା ୦୨/୦୮/୨୪: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ର ଯୋଗ ଦେଇ କୁନି ବିଜ୍ଞାନୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଉକ୍ତ ବିଜ୍ଞାନ ମେଳାରେ ମୋଟ ୧୫୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ବେଳେ ସେଥି ମଧ୍ୟରୁ କନିଷ୍ଠ ବର୍ଗର ୮୩ଟି , ଶିଶୁ ବର୍ଗର ୩୦ଟି , ବାଲ ବର୍ଗର ୩୦ଟି, କିଶୋର ବର୍ଗର ୧୩ଟି ପ୍ରକଳ୍ପ ରହିଥିଲା । ଏଥି ସହ ସଂସ୍କୃତି ଜ୍ଞାନ ଓ ନିବନ୍ଧ ପତ୍ରବାଚନ ସାଙ୍ଗକୁ ଗଣିତ ଓ ବିଜ୍ଞାନ ପ୍ରଶ୍ନମଞ୍ଚ ଓ ପତ୍ରବାଚନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୋଟ ୨୩ଜଣ ପ୍ରତିଭାଗୀ ରହିଥିଲେ । ଏଥିରେ ବିଚାରକ ଭାବେ ଅଧ୍ୟାପିକା ଅନୀତା ଦେବୀ , ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଓ ପ୍ରିୟବ୍ରତ ପ୍ରଧାନ , ପ୍ରଧାନ , ଶିକ୍ଷକ ମୃତ୍ୟୁଞ୍ଜୟ ହୋତା ଓ ତପନ କୁମାର ମହାପାତ୍ର , ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା , ବିବେକାନନ୍ଦ ପଟ୍ଟନାୟକ , ପ୍ରଫୁଲ କୁମାର ପଟ୍ଟନାୟକ, ସଙ୍ଗୀତଜ୍ଞ ସୁରେନ୍ଦ୍ର ଦାଶ , ଶିକ୍ଷୟିତ୍ରୀ ବିନ୍ଦୁଶ୍ରୀ ବିଶ୍ବାଳ, ରଙ୍କନିଧି ମହାନ୍ତି ପ୍ରମୁଖ ଯୋଗ ଦେଇ ବିଭିନ୍ନ ବର୍ଗର କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମର ସମାରୋପ ଉତ୍ସବରେ ଅତିଥି ଭାବେ ଅଧ୍ୟାପକ ମନୋରଞ୍ଜନ ମୁଦୁଲି ଯୋଗ ଦେଇଥିବା ବେଳେ ଏ ଅବସରରେ କୃତି ପ୍ରତିଭାଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଶିଶୁ ମନ୍ଦିରର ବିଜ୍ଞାନ ପ୍ରମୁଖ ଗୁରୁଜୀ ଜଗନ୍ନାଥ ରଥଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ ଗୁରୁମା ମଧୁସ୍ମିତା ଦାଶଙ୍କ ସମେତ ଅନ୍ୟ ସେବାବ୍ରତୀମାନେ ସକ୍ରିୟ ସହଯୋଗ କରିଥିଲା ବେଳେ ଗୁରୁଜୀ ସଞ୍ଜୟ କୁମାର ଷଡଙ୍ଗି ସଂଯୋଜନା , ପ୍ରଧାନାଚାର୍ଯ୍ଯ ଆଟଲ୍ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ ଏବଂ ଗୁରୁଜୀ ଲଡୁ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।