November 15, 2024

ଗୁମୁଡା ରେ ଖୋଲିଲା ନୂଆ ଷ୍ଟେଟ ବ୍ୟାଙ୍କ ଦୂର ହେଲା ଲୋକଙ୍କ ସମସ୍ୟା ..

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ଗୁମୁଡ଼ା ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ନୂତନ ଶାଖା ଉଦଘାଟିତ ହୋଇଛି । ଦୀର୍ଘ ବର୍ଷ ଧରି ଏଠାରେ କୌଣସି ବ୍ୟାଙ୍କ ନଥିଲା । ଲୋକେ ଟଙ୍କା ପଇସା କାରବାର ପାଇଁ ନାନା ସମସ୍ୟା ଭୋଗୁଥିବା ବେଳେ ଏଠାରେ ବ୍ୟାଙ୍କ ଖୋଲିବାକୁ ଦାବୀ ହୋଇ ଆସୁଥିଲା । ବ୍ୟାଙ୍କ ସେବା ପାଇଁ ଲୋକେ ଗୁଣୁପୁର, ରାମନାଗୁଡ଼ା, ପଦ୍ମପୁର ଯିବାକୁ ପଡୁଥିଲା । ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ସମସ୍ୟା ଭୋଗୁଥିଲେ । ତେବେ ଆଜି ଗୁମୁଡ଼ା ଠାରେ ନୂତନ ଏସ ବି ଆଇ ବ୍ୟାଙ୍କ ଉଦଘାଟିତ ହୋଇଛି । ବର୍ତ୍ତମାନ ଗୁମୁଡ଼ା ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ଉଦଘାଟିତ ହୋଇଛି। ଏହାଦ୍ୱାରା ଗୁମୁଡ଼ା ଅଞ୍ଚଳ ର ଲୋକ ଙ୍କ ପାଇଁ ବ୍ୟାଙ୍କ କାମ ସହଜ ଓ ସୁବିଧା ହୋଇ ପାରିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ମାନେ କହିଛନ୍ତି ।