July 5, 2024

ମାଆ ବାପା ଙ୍କ ଆଶୀର୍ବାଦ ରୁ ବମ୍ବେରେ ସମାଜସେବୀ ହେଲେ ବସନ୍ତ ଦାସ ..

Share

 

 

ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ଅଞ୍ଚଳର ମାତା ନିଶାମଣି ଓ ପିତା ବାଇଧର ଦାସ ଙ୍କ ଆଶିର୍ବାଦ ଲାଭ କରି, ଆଜି ମହାରାଷ୍ଟ୍ର ର ନଭିମୁମ୍ବାଇ ଅଞ୍ଚଳରେ, ଏକ ଜଣାଶୁଣା ଖ୍ୟାତନାମା ସମାଜସେବୀ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, ଯୁବସମାଜସେବୀ ବସନ୍ତ ଦାସ । ସୂର୍ଯ୍ୟ ନକ୍ଷତ୍ର ଫାଉଣ୍ଡେସନ ର ବରିଷ୍ଠ କର୍ମକର୍ତ୍ତା ଭାବରେ ସେ, କର୍କଟ ରୋଗ ରେ ପିଡୀତ ଥିବା ଶତାଧିକ ଓଡିଆ ଲୋକମାନଙ୍କୁ, ସେମାନଙ୍କର ରହିବା ଖାଇବା ଓ ଚିକିତ୍ସା ଅଦି କରାଇବା ସହିତ ସେମାନଙ୍କୁ ସମ୍ପୂର୍ଣ ଆରୋଗ୍ୟ କରାଇବା ପାଇଁ ଆଗ୍ରହ ସହିତ ଏହି ସେବା କାର୍ଯ୍ଯ କରିଆସୁଛନ୍ତି । ତେବେ ନିଜର ମାତା ପିତାଙ୍କ ପ୍ରେରଣା ଓ ପ୍ରୋତ୍ସାହନ ରେ ଏହି ମହାନ ସେବା କାର୍ଯ୍ଯ କୁ ଜୀବନର ବ୍ରତ ଭାବରେ ପାଳନ କରିଅଛନ୍ତି ବୋଲି, ଗତ ମଙ୍ଗଳବାର ଦିନ ମଧ୍ୟାହ୍ନ ରେ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ନିଜର ଏହି ଅନୁଭୂତି କହିଲା ବେଳେ, ସମାଜସେବୀ ବସନ୍ତ ଦାସ ଭାବ ବିହ୍ବଳ ହୋଈ ଉଠିଥିଲେ । ପ୍ରତିଟି ଓଡିଆ ଭଉଣୀ ତାଙ୍କର ଏହି ସେବାକାର୍ଯ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।

ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର..