July 5, 2024

ବାଘୁଆବାରି କାବଲ ପୁର ଆର୍.ଡି.ରାସ୍ତା, ମରଣ ଯନ୍ତା ପାଲଟିଛି…..ଲୋକେ ହନ୍ତ ସନ୍ତ

Share

ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ, ମୁଳିସିଂହ ପଞ୍ଚାୟତର ବାଘୁଆବାରି, ରେଲୱେ ଲେବଲଲ୍କ୍ରସିଂ ଠାରୁ ବିଶେଶ୍ୱରପୁର,୧୨ ନମ୍ବର ସାରଳା କେନାଲ ପୋଲ ପର୍ଯ୍ୟନ୍ତ ଯାଇଥିବା, ଆର୍.ଡି.ରାସ୍ତା ଦେଇ ପ୍ରତିଦିନ ନିକଟସ୍ଥ ୪/୫ ଟି ରାଜସ୍ବ ଗ୍ରାମ ସହିତ ପାଖାପାଖି ୧୦/୧୨ ଟି ପଞ୍ଚାୟତର ଅଧିବାସୀ ମାନେ ଏବଂ ଦୁଇଟି ସ୍କୁଲର ଛାତ୍ର ଛାତ୍ରୀ ଯାତାୟାତ କରିଥାଆନ୍ତି । ମାତ୍ର ଏହି ରାସ୍ତାକୁ ଠିକାଦାରୀ ନେଇଥିବା ସଂସ୍ଥା ଦିର୍ଘ ମାସ ମାସ ଧରି, ବେପରୁଆ ଭାବରେ କାମ କରିଆସିଛନ୍ତି । ଯାହାଫଳରେ, ମଝିରେ ଥିବା ପିଚୁରାସ୍ତା ଉପରେ ମାଟି ବିଛାଯାଇ ଥିବାରୁ, ଅସରାଏ ବର୍ଷା ହେବା ମାତ୍ରେ, ଅଧିକାଂଶ ସ୍ଥାନରେ ଚିକିଟା କାଦୁଅ ହୋଇଯାଉଛି । ଠିକାଦାର ସଂସ୍ଥା ର ଏହି ମନମାନି ଓ ନିମ୍ନ ମାନର କାମ ବିଷୟରେ, ଏକ ମାସ ପୁର୍ବରୁ ମୁଳିସିଂହ ପଞ୍ଚାୟତ ସରପଞ୍ଚ ସଫି ଆଜାମ , ବିଭାଗୀୟ ଅଧିକାରୀ ମାନଙ୍କୁ ସାକ୍ଷାତ କରି, ଏହାର ଆଶୁ ସମାଧାନ ପାଇଁ ପଦକ୍ଷେପ ନେବାପାଇଁ ଲିଖିତ ଅଭିଯୋଗ କରିଥଲେ ମଧ୍ୟ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ , ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ବିଶେଷ କରି ଏହି ରାସ୍ତା ଉପରେ ପ୍ରତିଦିନ ଛୋଟ ଛୋଟ ସ୍କୁଲ୍ ପିଲାମାନେ ଓ ହରସିଂହପୁର ଠାରେ ଥିବା ଆଦର୍ଶସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ, ସାଇକେଲ ରେ ଯିବାତ ଦୂରର କଥା ପାଦରେ ଚାଲି ଚାଲି ଯିବା ମଧ୍ୟ ବହୁ କଷ୍ଟ ସାଧ୍ୟ ହୋଇ ପଡ଼ୁଛି । ଏପରି ପରିସ୍ଥିତିରେ ବର୍ଷାଋତୁ ଚାଲିଥିବାରୁ ଦିନକୁ ଦିନ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାରେ ଲାଗିଛି । ଯଦି ସମ୍ପୃକ୍ତ ରାସ୍ତା କାମ କରୁଥିବା ଠିକାଦାର ସଂସ୍ଥା ଉପରେ ବିଭାଗୀୟ ଅଧିକାରୀ ମାନେ ଯଥାର୍ଥ ଅନୁଧ୍ୟାନ ନକରି ଆଶୁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ରାଜରାସ୍ତା କୁ ଓହ୍ଲେ ଇବେ ଓ ଦରକାର ପଡିଲେ, ଆର୍.ଡି.ବିଭାଗ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି, ମୂଳିସିଂହ ବିକାଶ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ଉପାନ୍ତ ଖବର.