July 5, 2024

ଅଚାନକ ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ଗୋକୁଳାନନ୍ଦ

Share

ବୁଗୁଡ଼ା : ତା ୦୨/୦୭/୨୪ : ମନ୍ତ୍ରୀ ଗୋକୁଳା ନନ୍ଦ ଆଜି ସନ୍ଧ୍ୟାରେ ଅଚାନକ ବୁଗୁଡ଼ା ମେଡିକାଲରେ ପହଞ୍ଚି ବିଭିନ୍ନ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସିଡିଏମଓଙ୍କୁ ଫୋନ କରି ତୁରନ୍ତ ଆବଶ୍ୟକ ଡାକ୍ତର ଓ ନର୍ସ ନିଯୁକ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ l ଏଥି ସହ ମେଡିକାଲରେ ଏକ୍ସରେ ମେସିନ ନଥିବା , ସ୍ପେସିଆଲିଷ୍ଟ ଡାକ୍ତର ନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ l ମନ୍ତ୍ରୀ ମେଡିକାଲରେ ପହଁଚିଲା ବେଳକୁ ମେଡିକାଲ ପରିସର ସମ୍ପୂର୍ଣ୍ଣ ଅନ୍ଧାର ଥିବାବେଳେ କୌଣସି ଡାକ୍ତର ନଥିଲେ । କିଛି ସମୟ ପରେ ମେଡିକାଲ ଅଫିସର ଦାୟିତ୍ୱରେ ଥିବା ଡାକ୍ତର କାମାକ୍ଷୀ ବିଷୋୟୀ ପହଞ୍ଚି ମେଡିକାଲର ବିଭିନ୍ନ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ l ସାମାନ୍ୟ ରୋଗର ଶିକାର ହୋଇଥିବା ରୋଗୀଙ୍କୁ ବ୍ରହ୍ମପୁର ରେଫେର ନକରି ଏଠି ସାଧ୍ୟ ମତେ ଚିକିତ୍ସା ସେବା ଯୋଗାଇ ଦେବା ଏବଂ ରୋଗୀମାନଙ୍କୁ ମେଡିକାଲ ତରଫରୁ ମାଗଣା ଔଷଧ ପ୍ରଦାନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ l