July 5, 2024

୩ହଜାର ଟଙ୍କା ହେବ ଭତ୍ତା ସହାୟତା ରାଶି

Share

 

ବୋଲଗଡ଼, (ଉପାନ୍ତ ଖବର): ରାଜ୍ୟରେ ବଢିବ ମଧୁବାବୁ ପେନସନ୍ ଯୋଜନା। ନୂଆ ମୂଖ୍ୟମନ୍ତ୍ରୀ ଦାୟିତ୍ବ ନେବାପରେ ରାଜ୍ୟ ବାସୀଙ୍କୁ ଆଉଏକ ଉପହାର ଦେଇଛନ୍ତି। ଖୁବ୍ ଶୀଘ୍ର ୩ ହଜାର ଟଙ୍କା ହେବ ଭତ୍ତା ସହାୟତା ରାଶି। ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଭତ୍ତା ଟଙ୍କା ବଢିବା ନେଇ ପ୍ରସ୍ତୁତି ଚାଲିଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ଅର୍ଥ ବିଭାଗ ସହ ଆଲୋଚନା ପରେ କାର୍ଯ୍ୟକାରୀ ହେବ। ଯାହାକି ବୃଦ୍ଧ ଏବଂ ବିଧବା ଏହି ପରି ଅନ୍ୟ ମାନଙ୍କ ପାଇଁ ଆବଶ୍ୟକ ଥିବା ସହିତ ଉପକୃତ ମଧ୍ୟ ହେବେ। ଏହି ପରିପ୍ରେକ୍ଷୀରେ ଏହି ସାମାଜିକ ସୁରକ୍ଷା ଯୋଜନାରେ ବେଗୁନିଆ -ବୋଲଗଡ଼ ଅଞ୍ଚଳ ରେ ଅନେକ ବୃଦ୍ଧ,ବିଧବା ଏବଂ ସେହି ବର୍ଗରେ ଥିବା ଲୋକ ମାନେ ନିଶ୍ଚିତ ରୁପେ ଉପକୃତ ହେବେ। ଆଗରୁ ସେମାନେ ୫୦୦ ଟଙ୍କା କିମ୍ବା ୧୦୦୦ ଟଙ୍କା ଭତ୍ତା ପାଉଥିଲେ ଯାହା କି ଚଳିବାପାଇଁ ବହୁ କଷ୍ଟ କର ହୋଇ ପଡୁଥିଲା। ଦେଖିବାକୁ ଗଲେ ଆଜିକାଲି ର ମହଙ୍ଗା ସମୟରେ ଏହି ପରି ସୁଚିନ୍ତିତ ସାମାଜିକ ସୁରକ୍ଷା ସ୍କିମ ଅତ୍ୟନ୍ତ ଆବଶ୍ୟକତା ଏବଂ ଦରକାରୀ ବୋଲି ସାଧାରଣରେ ଆଲୋଚନା ହେଉଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)