July 8, 2024

ବୋରିଗୁମ୍ମା ଜାତୀୟ ରାଜପଥ ଡାକ ବଙ୍ଗଳା ରେ ଓଜେୟୁ ବୈଠକ

Share

କୋରାପୁଟ ଜ଼ିଲ୍ଲା ବୋରିଗୁମା ଜାତୀୟ ରାଜ ପଥ ଡାକ ବଙ୍ଗଳାରେ ଓଡ଼ିଶା ସାମ୍ବାଦିକ ସଂଘ (OJU), କୋରାପୁଟ ଜିଲ୍ଲା ଶାଖାର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ସଂଘର କୋରାପୁଟ ଜିଲ୍ଲା ଉପ-ସଭାପତି ତଥା ଇଣ୍ଡିଆନ୍ ଜର୍ଣ୍ଣାଲିଷ୍ଟ ୟୁନିଅନ ସଭ୍ୟ ରବି ଶଙ୍କର ମହାପାତ୍ରଙ୍କ ଆହ୍ୱାନ କ୍ରମେ ବୋରିଗୁମ୍ମା ଜାତୀୟ ରାଜପଥ ଡାକ ବଙ୍ଗଳାରେ ସାଧାରଣ ସମ୍ପାଦକ ହରିଶ କୁମାର ପଟ୍ଟନାୟକଙ୍କ ସମେତ ସଂଘର ଅନେକ ପୁରୁଣା ସଭ୍ୟ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଏହି ବୈଠକରେ ସଭ୍ୟ ସାମ୍ୱାଦିକ ମାନଙ୍କୁ ହରିଶ କୁମାର ପଟ୍ଟନାୟକ ଓ ରବି ଶଙ୍କର ମହାପାତ୍ରଙ୍କ ଦ୍ୱାରା ସଂଘର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରବି ନାୟକ,ଗୌରୀ ପ୍ରସାଦ ପଟ୍ଟନାୟକ, ପରମେଶ୍ଵର ରାଓ,କମଳୁ ଭତ୍ରା, ସୁଶୀଳ କୁମାର ଷଡ଼ଙ୍ଗୀ,ଶୈଳେନ୍ଦ୍ର ମାଦଳା,ଭାନୁ ପ୍ରତାପ ନାୟକ , ସନ୍ତୋଷ( ଟୁଟୁ) ପଟ୍ଟନାୟକ, ତ୍ରିନାଥ ନାୟକ, ସୁନୀଲ କୁମାର ଷଡ଼ଙ୍ଗୀ, ଶ୍ରୀମତି ମଞ୍ଜୁଳା ପଟ୍ଟନାୟକ, ସୁରେନ୍ଦ୍ର ସଗରିଆ,ପଦ୍ମନ ବିଷୋୟୀ ପ୍ରମୁଖ ସାମ୍ବାଦିକ ମାନେ ଯୋଗଦାନ କରି ଆଗାମୀ ଦିନର ସଭ୍ୟ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଥିବା ଜଣା ପଡ଼ିଛି ।ବିଶୃଙ୍ଖଳା କରି ଥିବା ସଭ୍ୟ ଙ୍କୁ ସଂଘ ବହିସ୍କୃତ କରିଥିବାର ଆଲୋଚନା ହୋଇଥିଲା. ଜ଼ିଲ୍ଲା ରେ ବହୁ ସଂଖ୍ୟା ରେ ସଭ୍ୟ ସଂଗ୍ରହ କରି ସଙ୍ଗ କୁ କିପରି ମଜଭୁତ କରିବାକୁ ହେବ ସେ ନେଇ ଓଯେୟୁ ସାଧାରଣ ସମ୍ପାଦକ ଶ୍ରୀ ପଟ୍ଟନାୟକ ପରାମର୍ଶ ପ୍ରଦାନ କରିଥିବାର ଜଣା ଯାଇଛି I କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର I