March 10, 2026

ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ‌ ର ମିଶ୍ରଣ ପର୍ବ……….

IMG-20250602-WA0013
Share

 

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ବିଜୁ ଜନତା ଦଳ‌ ର ନୀତି ଆଦର୍ଶ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବଳିଷ୍ଠ ନେତୃତ୍ବ କୁ ସମର୍ଥନ ଜଣାଇ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ପ୍ରାର୍ଥୀ ତଥା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ସମିତି ସଭ୍ୟ ଶ୍ରୀ ଦିଲିପ ପ୍ରଧାନୀ ଓ ତାଙ୍କ ସହଯୋଗୀ କଂଗ୍ରେସ ଦଳକୁ ପରିତ୍ୟାଗ କରି ବିଜୁ ଜନତା ଦଳ‌ ରେ ବିଧିବଦ୍ଧ ଭାବରେ ସାମିଲ ହେଲେ। ଏହି କାର୍ଯ୍ୟକ୍ରମ ରେ ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ଶ୍ରୀ ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ଶ୍ରୀ ମୁନ୍ନା ଖାଁ, ପୂର୍ବତନ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଶ୍ରୀ ଅରୁଣ ମିଶ୍ର, ରତିକାନ୍ତ ପଣ୍ଡା, ତେନ୍ତୁଳିଖୁଣ୍ଟି ବ୍ଲକ ବିଜେଡି ସଭାପତି ଶ୍ରୀ ପ୍ରଫୁଲ୍ଲ ନାଗ ଓ ବିଜୁ ଜନତା ଦଳ‌ ର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।