September 21, 2024

ମୋହନା ବ୍ଲକ ଚାନ୍ଦିପୁଟରେ ମଦ ବିରୋଧୀ ଆନ୍ଦୋଳନ : ତାତିଲେ ମହିଳା ଗୋଷ୍ଠୀ ପ୍ରଶାସନକୁ ଚେତାବନୀ

Share

ମୋହନା ବ୍ଲକ ଚାନ୍ଦିପୁଟରେ ମଦ ବିରୋଧୀ ଆନ୍ଦୋଳନ : ତାତିଲେ ମହିଳା ଗୋଷ୍ଠୀ ପ୍ରଶାସନକୁ ଚେତାବନୀ

ପାରଳାଖେମୁଣ୍ଡି:୨/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଳକ ଚାନ୍ଦିପୁଟ ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଚାନ୍ଦିପୁଟ ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ମଦ ବିକ୍ରୀକୁ ବିରୋଧ କରାଯାଇଛି । ପଞ୍ଚାୟତର ୧୪ଗୋଟି ସଭ୍ୟ ସଭ୍ୟା ଓ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଚାନ୍ଦିପୁଟ ଏକ ଆଦର୍ଶ ପଞ୍ଚାୟତ ହୋଇଥିବା ବେଳେ ଏଠାରେବହୁବିଦ୍ୟାଳୟ ମହାବିଦ୍ୟାଳୟ,ବ୍ୟାଙ୍କ, ହାଟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି । ରାତି ପାହିଲେ ଶହଶହ ଲୋକ ବିଭିନ୍ନ କାମ ନେଇ ଏଠାକୁ ଆସିଥାନ୍ତି ।କିନ୍ତୁ ଦୁଃଖର ବିଷୟ କିଛି ମଦ ବ୍ୟବସାୟୀ ଖୋଲାଖୋଲି ମଦ ବିକ୍ରି କରି ଲାଭବାନ ହେଉଛନ୍ତି । ପରିବାରଗୁଡିକର କିଛି ମୁରବି ଓ ଶିକ୍ଷିତ ପାଠପଢୁଆ ଯୁବକମାନେ ମଦ ପିଇ ମାତାଲ ଅବସ୍ଥାରେ ରାସ୍ତାଘାଟରେ ବୁଲୁଛନ୍ତି ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ଯାହାଫଳରେ ପରିବାରରେ ଅଶାନ୍ତି ଓ ବିଭିନ୍ନ ସମସ୍ୟାର ବାତାବରଣ ଦେଖାଦେଉଛି । ଏଣୁ ପଞ୍ଚାୟତରେ ମଦବିକ୍ରୀକୁ ବିରୋଧ କରି ୫୦ରୁ ଉର୍ଦ୍ଧ୍ଵ ମହିଳା ଏକତ୍ରିତ ହୋଇ
ପ୍ରଥମେ ପଂଚାୟତ କାର୍ଯ୍ୟଳୟ ରେ ଧାରଣା ଦେଇଥିଲି ତିନି ଘଣ୍ଟା ବସିବା ପରେ ସରପଞ୍ଚ ନ ଆସିବାରୁ ଅଟୋ ଭଡ଼ା କରି ମୋହନା ବ୍ଲକ ରେ ପହଞ୍ଚି ବିଡ଼ିଓ ତପସ୍ପିନି ହାଂସଦା ଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି । ତୁରନ୍ତ ସେମାନଙ୍କ ଜୀଦାବିକୁ ପ୍ରଶାସନ ଗ୍ରହଣ କରି ଦୃଢ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଧଳନକୁ ବ୍ୟାପକତର କରାଯିବ ବୋଲି ଚେତାବନୀ ଦେଇଛନ୍ତି l