September 21, 2024

ଗଜପତି ଜିଲ୍ଲା ଅମଲାଙ୍କ ସମୁହ ଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣା ଦ୍ୱିତୀୟ ଦିନରେ ପହଂଚିଛି

Share

ଗଜପତି ଜିଲ୍ଲା ଅମଲାଙ୍କ ସମୁହ ଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣା ଦ୍ୱିତୀୟ ଦିନରେ ପହଂଚିଛି

ପାରଳାଖେମୁଣ୍ଡି:୨/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମାପାରଳାଖେମୁଣ୍ଡି
ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସ୍ତରୀୟଅମଲା ଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଭାବେ ଦ୍ୱିତୀୟ ଦିନ ମଧ୍ୟ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି।ଓଡ଼ିଶା ସରକାରଙ୍କ ବୈମାତୃକ ମନଭାବ ଟାଳଟୁଳ ଓ କାଳ କ୍ଷେପଣ ନିତୀ ପ୍ରତିବାଦରେ ଜୁନ ମାସ ୧ ତାରିଖ ଠାରୁ ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା ଜାରୀ ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସେମାନଙ୍କ ଦାବି ହେଲା ପ୍ରବେଶିକା ଶିକ୍ଷା ଗତ ଯୋଗ୍ୟତା ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନ ଭିତ୍ତିରେ କନିଷ୍ଠ ଅମଲାଙ୍କ ମୂଳ ଦରମାରେ ଗ୍ରେଡପେ- 1900 (ଲେବଲ-4 ) ରୁ ଗ୍ରେଡପେ- 4200 (ଲେବଲ -9) କୁ ବୃଦ୍ଧି ନିମନ୍ତେ ଦାବୀ ରହିଛି।