ପୁରୀଜିଲ୍ଲା ରେ ହକି ଖେଳ ପ୍ରତି ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ବଢୁଛି

ପୁରୀଜିଲ୍ଲା ରେ ହକି ଖେଳ ପ୍ରତି ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ବଢୁଛି l
ପୁରୀଜିଲ୍ଲାର ଜିଲ୍ଲାସ୍କୁଲ ଖେଳପଡିଆରେ ବିଗତ ଏକବର୍ଷ ପୂର୍ବରୁ ଟାଟା ଟ୍ରଷ୍ଟସ ଏବଂ ନାଭାଲ ଆନୁକୂଲ୍ୟରେ ଗ୍ରାସରୁଟ ସେଣ୍ଟର ଖୋଲାଯାଇ ସାତବର୍ଷରୁ ଆରମ୍ଭ କରି ୧୯ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଏବଂ ବାହାରେ ବୁଲୁଥିବା ପିଲାମାନଙ୍କୁ ମାଗଣାରେ ଉତ୍ତମ ମାନର ହକି ଖେଳର ଶିକ୍ଷା ଦିଆଯିବା ସହିତ ଶିକ୍ଷା ନେଉଥିବା ଖେଳାଳିମାନଙ୍କୁ ଖେଳର ସମସ୍ତ ଉପକରଣ ମାଗଣାରେ ଯୋଗାଇ ଦିଆଯାଉଛି l ପ୍ରତ୍ୟେକ ଦିନ ଦୁଇ ଟାଇମ ପୁରୀ ଜିଲ୍ଲାସ୍କୁଲ ଖେଳ ପଡିଆରେ ପ୍ରଶିକ୍ଷଣ ନେଉଥିବା ଖେଳାଳି ମାନଙ୍କୁ ଦୁଇଜଣ ଜାତୀୟ ସ୍ତରୀୟ କୋଚ ପ୍ରଶିକ୍ଷଣ ଦେଉଛନ୍ତି l ଏହି ହକି ପ୍ରଶିକ୍ଷଣ ଶିବିରରେ ବର୍ତ୍ତମାନ ପୁରୀଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ଦୁଇଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି l ଏହି ହକି ଖେଳର ସଂଯୋଜକ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡାଙ୍କ କହିବାନୁସାରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନଙ୍କୁ ହକି ଖେଳର ପ୍ରଶିକ୍ଷଣ ଦିଆଯାଇ ପ୍ରତ୍ୟେକ ବିଦ୍ୟାଳୟରେ ହକି ଖେଳପ୍ରତି ଛାତ୍ରଛାତ୍ରୀ ମାନଙ୍କ ମନରେ ଆଗ୍ରହ ସୃଷ୍ଟି କରାଯାଉ, ଯେହେତୁ ହକି ଖେଳ ହେଉଛି ଆମର ଜାତୀୟ ଖେଳ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ