November 16, 2024

ବ୍ଲକ ସ୍ତରୀୟ ବ୍ୟାଙ୍କର କମିଟି ମିଟିଂ

Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ ବୈଠକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଟପାଡ ଶ୍ରୀମତୀ ସ୍ନେହପ୍ରଭା ମାଝୀଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ବ୍ୟାଙ୍କର କମିଟି ମିଟିଂ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଡିଜିଏମ ନାବାର୍ଡ ଶ୍ରୀ ଏମ ଏମ ବେହେରା, ଡିଡିଏମ କୋରାପୁଟ ଶ୍ରୀ ଦେବେନ୍ଦ୍ର ପ୍ରଧାନ, ସମସ୍ତ ବ୍ୟାଙ୍କ ଶାଖା ଅଧିକାରୀ, ସମସ୍ତ ବ୍ୟାଙ୍କ ମିତ୍ର ଓ ଏମ୍ବିକେ ତଥା ବିଭାଗୀୟ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ବ୍ୟାଙ୍କ ରୁଣ, ସାମାଜିକ ସୁରକ୍ଷା ବୀମା ସ୍କିମ୍, କିଓସ୍କି ବ୍ୟାଙ୍କ କାର୍ଯ୍ୟ, ଡିଜିଟାଲ ଟ୍ରାନ୍ଜାକ୍ସନ କାର୍ଯ୍ୟକ୍ରମ, ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କର ବ୍ୟାଙ୍କ ଜନିତ ସୁବିଧା ତଥା ଅନାଦେୟ ରୁଣ ହ୍ରାସ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ମିଶନ ଶକ୍ତି ବିଭାଗର ବିପିଏମ ଓ ବିପିସି ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଓଏଲ ମ ର ମୁଖ୍ୟ ସୁଶ୍ରୀ ନମିତା ଵାଘ ଏସ ବି ଆଇ ଶାଖା ପରିଚାଳକ ଶ୍ରୀ ସୁଶାନ୍ତ କୁମାର ପୋଡାଲ ଙ୍କ ସମେତ ୟୁ ଏନ ବି. ପି ଏନ ବି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ସହ ମୋଟ ଏଗାର ଗୋଟି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ଶାଖା ପରିଚାଳକ ମାନେ ଉପସ୍ଥିତ ଥିବାର ଜଣା ଯାଇଛି. ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା