ପାରିଖିତି ପଞ୍ଚାୟତ ଉପନିର୍ବାଚନ ପାଇଁ ଆଜି ଭୋଟ
୩ପ୍ରାର୍ଥିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୦୭୪ଭୋଟର
ରାମନାଗୁଡା , ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ପାରିଖିତି ପଞ୍ଚାୟତ ନିର୍ବାଚନ ଆଜି ହେବ ଭୋଟ। ମଇଦାନରେ ୩ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ୫୦୭୪ ଭୋଟର । ଏହି ପଞ୍ଚାୟତରେ ସମୁଦାୟ ୧୭ଟି ବୁଥ ରହିଥିବା ବେଳେ ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଯାଇଛି।ଏହି ନିର୍ବାଚନକୁ ଅବାଧ, ସ୍ବଚ୍ଛ, ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରିଜାଇଡିଂ ଅଧିକାରୀ ,ପୋଲିଂ ଅଧିକାରୀ ମାନେ ନିର୍ବାଚନ ନିମନ୍ତେ ବାଲାଟ ପେପର, ବାଲାଟ ବାକ୍ସ ,କାଳୀ ଇତ୍ୟାଦି ସାମଗ୍ରୀ ସଂଗ୍ରହ କରି ଭୋଟ କେନ୍ଦ୍ର ଅଭିମୁଖେ ବାହାରି ସାରିଥିବାବେଳେ ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୧୭ଟି ବୁଥ୍ ପୋଲିଂ ନିମନ୍ତେ ୬୮ ଜଣ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି।ଏହି ସରପଞ୍ଚ ପଦବୀ ନିମନ୍ତେ ଉପ ନିର୍ବାଚନ ପାଇଁ ମାଜିଷ୍ରେଟ ଦାଇତ୍ୱରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଥିବା ବେଳେ ଥାନା ଅଧିକାରୀ ଶ୍ରୀମତୀ ସୁନିତା ବେହେରା,ସେକେଣ୍ଡ ଅଫିସର ବାବୁଲା ପ୍ରଧାନ, ଏଏସଆଇ ପୃଥ୍ୱୀରାଜ ଝଙ୍କାର, ଜଗନ୍ନାଥ ବେହେରାଙ୍କ ସହ ସଦଳବଳେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।ଏହି ସମୟରେ ଗୁଣୁପୁର ଏସଡିପିଓ ବିକାଶ ଚନ୍ଦ୍ର ବେହୁରା ନିର୍ବାଚନ ତଦାରଖ କରିଥିଲେ । ଏହି ନିର୍ବାଚନ ନିମନ୍ତେ ସରପଞ୍ଚ ପଦବୀ ନିମନ୍ତେ ମୋଟ ଭୋଟର ୫୦୭୪ ଜଣଙ୍କ ମଧ୍ୟରୁ ୨୪୦୧ ଜଣ ପୁରୁଷ ଭୋଟର ,୨୬୬୮ ମହିଳା ଭୋଟର ଏବଂ ୦୫ ଜଣ ତୃତୀୟ ଲିଙ୍ଗୀ ଭୋଟର ମତଧିକାର ସାବ୍ୟସ୍ତ କରିବେ।ଏହି ପାରିଖିତି ପଞ୍ଚାୟତ ଉପନିର୍ବାଚନରେ ସରପଞ୍ଚ ମତଦାନରେ ସୂର୍ଯ୍ୟରାଓ କୁମ୍ବ୍ରିକା ,ଗାୟତ୍ରୀ ମାଣ୍ଡାଙ୍ଗି ସମେତ ନରସିଂହ ମାଣ୍ଡାଙ୍ଗିଏହି ୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଶାନ୍ତିଶୃଙ୍ଖଳାର ସହ ଜାରି ରହିଛି ବୋଲି ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ସୂଚନା ଦେଇଥିବା ବେଳେ ଉକ୍ତ ପୋଲିଂ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ,ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ପରିଚାଳନା କରିଥିଲେ। ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି ।ସୂଚନା ଥାଉକି ୨୦୨୨ ମସିହା ପଂଚାୟତ ନିର୍ବାଚନରେ ସରପଞ୍ଚ ଭାବେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ପାରୀକ୍ଷିତି ପଂଚାୟତ ର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ନିମାଲା ସର୍ବମୋଟ ୧୦୧୭ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦି ସୂର୍ଯ୍ୟରାଓ କୁମ୍ବ୍ରିକା ୮୮୬ ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିବାକୁ ପଡିଥିଲା ।ସୁଶାନ୍ତ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ସୂର୍ଯ୍ୟରାଓ କୁମ୍ବ୍ରିକା ଙ୍କ ଠାରୁ ଅଧିକ ୧୩୧ ଖଣ୍ଡ ଭୋଟ ପାଇ ପାରୀକ୍ଷିତି ସରପଞ୍ଚ ଭାବରେ ବିଜୟୀ ହୋଇଥିଲେ । ସୁଶାନ୍ତ ନିମାଲା ସରପଞ୍ଚ ପଦବୀ ଇସ୍ତଫା ଦେଇ ଚୁକ୍ତିଭିତ୍ତିକ ରୋଷେୟା ଭାବେ ଯୋଗଦେବା ପରେ ୬ ମାସ ପାଇଁ ନାଏବ ସରାପଞ୍ଚ ଶକୁନ୍ତଳା ମାଣ୍ଡାଙ୍ଗି ସରାପଞ୍ଚ ପଦବୀ ରେ ରହି ନିଜ ଦାଇତ୍ୱ ସମ୍ବାଳି ଥିଲେ ।ଚଳିତ ମାସ ୦୫ ତାରିଖ ଦିନ ଏହାର ପୂର୍ଣ୍ଣ ଛେଦ ପଡ଼ିବାକୁ ଯାଉଛି । ପଞ୍ଚାୟତ ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ରାମନାଗୁଡା ପୋଲିସ ପକ୍ଷରୁ ସନ୍ଧ୍ୟାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।ଏନେଇ କୌଣସି ସ୍ଥାନରେ ଅପ୍ରୀତିକର ସୃଷ୍ଟି ଏଡେଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବା ସହ ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବବୋଲି ଜଣାପଡିଛି।।
ରିପୋର୍ଟ ରାକେଶ କୁମାର ବେହେରା