April 26, 2026

ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ରେ ନୁତନ ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କୁ ଭବ୍ୟ ସମ୍ବର୍ଧନା

IMG-20230402-WA0024
Share

(ଦିପକ ପ୍ରଧାନ)
ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ରେ ନୁତନ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଙ୍କୁ ଭବ୍ୟ ସମ୍ବର୍ଧନା ରାୟଗଡ ବ୍ଲକ୍ ସଭାପତି ଶ୍ରୀ ସିମାଞ୍ଚଳ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସମ୍ବର୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସମ୍ନାନିତ ଅଥିତି ରାୟଗଡ ବ୍ଲକ୍ ଅଧ୍ୟକ୍ଷା ପୁଣ୍ଣବାସୀ ନାୟକ, ଜିଲ୍ଲା ପରିଷଦ ଗୌତମୀ ଜାନୀ, ଆର୍,ବିଜୟ ବାବୁ, ରା,ଉଦୟଗିରି ବ୍ଲକ୍ ସଭାପତି ଭୀମ ପାଇକ, ତଥା ୨୧ ଗୋଟି ପଞ୍ଚାୟତର ୧୪ ଗୋଟି ବିଜେଡ଼ି ସମର୍ଥୀତ ସରପଞ୍ଚ,୧୮ ଗୋଟି ବିଜେଡି ସମର୍ଥୀତ ସମିତି ସଭ୍ୟ/ସଭ୍ୟା ସମସ୍ତ ପଞ୍ଚାୟତର ୱ।ଡ଼ମେମ୍ବର ସଭ୍ୟ ସଭ୍ୟା ତଥା ବିଜୁ ପରିବାରର ସମସ୍ତ ସଦସ୍ୟ ବୁଦ୍ଧିଜୀବୀ, ବରିଷ୍ଠ ବିଜୁ କର୍ମୀ, ସହ ପୁର୍ବତନ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ତାଙ୍କ ଅଭିଭାଷଣ ରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଗୁଡ଼ିକ ସଫଳ ଭାବେ ରୁପାୟନ ହେଉଛି ନା ନାହିଁ ତା ଉପରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।ତତ୍ ସହିତ ଦଳ ଭିତରେ ଗୋଷ୍ଠୀ କନ୍ଦଳକୁ ପ୍ରସୟ ଦିଆଯିବ ନାହିଁ ବୋଲି କର୍ମୀ ଙ୍କୁ ଅବଗତ କରାଇଛନ୍ତି ।ଆଗାମୀ ଦିନ ରେ ତ୍ରୃଣମୁଳ ସ୍ତରରୁ ଦଳକୁ କିଭଳି ଭାବେ ସୁଦ୍ରୁଢ଼ କରି ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ବିକାଶ ଧାରା କୁ ଜନସାଧାରଣ ଙ୍କ ପାଖରେ ପହଞ୍ଚିବ ତା ଉପରେ ଦଳୀୟ କର୍ମୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।ଯଦି ଦଳ ଭିତରେ କୌଣସି ବ୍ୟକ୍ତି ବିଶ୍ରୁଙ୍ଖଳା କରିବାକୁ ଚେଷ୍ଟା କଲେ ମାନ୍ୟବର ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ଗଜପତି ଜିଲ୍ଲା ପର୍ଯ୍ୟବେଖକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ଦ୍ରୃଷ୍ଟି କୁ ନିଆଯିବ ବୋଲି ଦଳୀୟ କର୍ମୀଙ୍କୁ ସୁଚାଇଛନ୍ଥି ।ଶେଷରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ତଥା ବିଜୁ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।