March 10, 2026

ଷ୍ଟାଣ୍ଡିଙ୍ଗ କମିଟିରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଏମ ଆର ଆଇ ସହ ବିଭିନ୍ନ ସମସ୍ୟା ନେଇ ଦାବି ରଖିଲେ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ…

IMG-20260302-WA0031
Share

ପପାଣଣିଜପତି: ଆଜି ଭୁବନେଶ୍ଵର ବିଧାନସଭା ସ୍ଵତନ୍ତ୍ର ସଭାଗୃହ ରେ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ବିଭୂତି ଭୂଷଣ ପ୍ରଧାନ ଙ୍କ ନେତୃତ୍ବରେ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସହିତ ଆବଶ୍ୟକ ଅନୁସାରେ ବିଶେଷଜ୍ଞ ଡାକ୍ତର ଓ ନର୍ସ ନଥିବାରୁ ଚିକିତ୍ସା ନପାଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସିୟୁ ଓ ଏମ୍ ଆର ଆଇ ସୁବିଧା ଯୋଗାଇ ଦେବା ପାଇଁ ଆଜି ବିଧାସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଦାବି ରଖିଛନ୍ତି। ଆଇସିୟୁ ,ସହ ମୁଖ୍ୟ ଚିକିତ୍ସାଳୟରେ ଏମ ଆର ଆଇ, ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଆବଶ୍ୟକ ଆମ୍ବୁଲାନ୍ସ, ଚନ୍ଦ୍ରଗିରି ଓ ଖଜୁରୀପଦା ଠାରେ ଅତିରିକ୍ତ ଶବବ୍ୟବଚ୍ଛେଦ ଗାର କରିବା ପାଇଁ ଦାବି ରଖିଛନ୍ତି । ସେହି ଭଳି ଗୁମ୍ମା, କାଶୀନଗର, ଗୁରାଣ୍ଡି ଠାରେ ମିଶନ ଶକ୍ତି କ୍ୟାଫେ ଖୋଲିବା ପାଇଁ ଦାବି ରଖିଛନ୍ତି । ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ସୀମାରାଣୀ ନାୟକ, ବିଧାୟକ ପ୍ରଶାନ୍ତ ବେହେରା, ବିଧାୟକ ଉମାଚରଣ ମଲିକ, ବିଧାୟକ ସତ୍ୟଜିତ ଗମାଙ୍ଗ, ପ୍ରମୁଖ ଉପସ୍ଥିତ ଥିଲେ।