ଡ଼ି କଇଠପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବଡକୋଦଣ୍ଡା କ୍ଲଷ୍ଟର ଅନ୍ତର୍ଗତ ଡ଼ି କଇଠପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ବାର୍ଷିକ ଉତ୍ସବ ସହ ଆମ ସଂସ୍କୃତି ଓ ଆମ ଖେଳନା, ଗଣିତ ଓ ବିଜ୍ଞାନ କ୍ଳବ୍ ( ଶିକ୍ଷଣ ସାମଗ୍ରୀ ମେଳା ), ଆସ ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସକାଳ ବେଳା ୧୦ ଘଣ୍ଟ ସମୟରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସାଂସ୍କୃତିକ ତଥା ସଭା ମଣ୍ଡପକୁ ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ପୂଜାର୍ଚ୍ଚନା କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଗଣିତ ଓ ବିଜ୍ଞାନ କ୍ଳବ୍, ଆମ ସଂସ୍କୃତି ଓ ଆମ ଖେଳନା ଏବଂ ଆସ ଗପ କହିବା ଓ ଗପ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟରେ ବାର୍ଷିକ ଉତ୍ସବ ତଥା କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଡ଼ି କଇଠପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତି ଆଶା ଲତା ମଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ଏବଂ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ରଘୁନାଥ ରଣା ଓ ପ୍ରାକ୍ତନ ସିଆରସିସି ଶ୍ରୀ ମୋହନ ସାହୁ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ସବୁଜିମା ଭରା ପରିବେଶ ସୃଷ୍ଟି କରିବାରେ ସର୍ବଦା ନିଷ୍ଠାପର ଉଦ୍ୟମ କରୁଥିବା ଏବଂ ସର୍ବଦା ସାହାଯ୍ୟ ଓ ସହଯୋଗ କରୁଥିବା ପୁରାତନ ଛାତ୍ର ସଚିନ୍ ଡାକୁଆ ଓ ଚିଣ୍ଟୁ ପ୍ରଧାନ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ ଶ୍ରେଷ୍ଠତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଜିର କାର୍ଯ୍ୟକ୍ରମରେ ପ୍ରମାଣପତ୍ର ଓ କପ୍ / ସିଲ୍ ଦେଇ ସମ୍ମାନିତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ମାନେ ମିଠା ଓ ଚହ୍ଲା ପଣା ବଣ୍ଟନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଶିଶିର କାନ୍ତ ପତି, ସଙ୍ଗୀତା ପ୍ରଧାନ, ରୀତା କୁମାରୀ ଭୂୟାଁ, ସୌମ୍ୟରଞ୍ଜନ ବାରିକ ଓ ସଙ୍ଗୀତା ଦୋରା ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ପ୍ରାକ୍ତନ ସିଆରସିସି ମୋହନ ସାହୁଙ୍କ ଗୀତରେ ସମସ୍ତେ ବିଭୋର ହୋଇଯାଇଥିଲେ।
ଵେଲଗୁଣ୍ଟା,ରିପେର୍ଟର୍,ପଞ୍ଚାନନ,ସାହୁ