କେନ୍ଦ୍ରାପଡା ଜିଲ୍ଲା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୨ ବାର୍ଷିକ ପରୀକ୍ଷା ଆରମ୍ଭ ୮ଟି ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ପରୀକ୍ଷା କେନ୍ଦ୍ର ।।
କେନ୍ଦ୍ରାପଡା ଜିଲ୍ଲା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି ଠାରୁ +୨ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା କେନ୍ଦ୍ରରେ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଅନ୍ୟ ୮ଟି ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । ମୋଟ ୧୪୯୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨୦୧ଜଣ ଛାତ୍ରଛାତ୍ରୀ ଥିବା ବେଳେ ରମାଦେବୀ, କେନ୍ଦ୍ରାପଡା ରେସିଡେନସିଆଲ, ଲୋଟସ, ତାରିଣୀ ଓ ଡଲଫିନ ଭଳି ଅନ୍ୟ ୮ଟି ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮୯ଜଣ ଛାତ୍ରଛାତ୍ରୀ ଅଛନ୍ତି । ଆଜି ପ୍ରଥମ ଦିବସରେ +୨ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ପାଇଁ ଏମ.ଆଇ.ଏଲ.(ଓଡିଆ) ବିଷୟ ପରୀକ୍ଷା ଥିବା ବେଳେ ୬୫୫ ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୬୫୧ଜଣ ପରୀକ୍ଷା ଦେଇଥିବା ବେଳେ ୪ଜଣ ଅନୁପସ୍ଥିତ ଥିଲେ । ମହାବିଦ୍ୟାଳୟର ୧୧ଟି ହଲରେ ସି.ସି. ଟିଭି ସର୍ଭେଲାନ୍ସ ଭିତରେ ପରୀକ୍ଷା ଚାଲିଥିବା ବେଳେ ଏହି କେନ୍ଦ୍ରରେ ୩୮ଜଣ ଇନଭିଜିଲେଟରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି କେନ୍ଦ୍ରର ପରୀକ୍ଷା ଦାୟୀତ୍ୱରେ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ରହିଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଠାରୁ ସୂଚନା ମିଳିଛି । ଏତଦବ୍ୟତିତ ଏହି ମହାବିଦ୍ୟାଳୟରୁ ଇନ୍ଦୁପୁର, ନିକିରାଇ, ତୁଳସୀ ମହିଳା, ଡେରାବିଶ, ଡେରାବିଶ ମହିଳା, ଚାନ୍ଦୋଳ, ବାଲିଆ ଓ ଆୟବା ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ୮ଜଣ ଅଧ୍ୟାପକ ଅବସରଭର ଭାବେ +୨ ପରୀକ୍ଷା ପାଇଁ ଯାଇଥିବା ଅଧ୍ୟକ୍ଷ ପ୍ରଫେସର ବେହେରା କହିଛନ୍ତି ।
ରିପୋର୍ଟ – ଗୋକୁଳ