ପିକଅପ ଭେନ ଦୁର୍ଘଟଣା ଗ୍ରସ୍ତ, 15 ଜଣ ଆହତ, ଆଠ ଜଣ ଗୁରୁତର

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପାଞ୍ଚାୟତର କୁଟିନପଦର ଗ୍ରାମର ଏକ ବ୍ୟାଣ୍ଡ ପାର୍ଟି ଆଜି ଦିନ ବାରଟା ବେଳେ ଗୋଟିଏ ପିକଅପ ଭ୍ୟାନ ଯୋଗେ ମୁନିଗୁଡା ଯାତ୍ରା କରୁଥିଲେ l ଭେନରେ ପ୍ରାୟ 30 ଜଣ ବ୍ୟକ୍ତି ଥିଲେ l ଭେନଟି ଯେତବେଳେ ବେନ ଗାଁ ପଞ୍ଚାୟତର ପାଜିବାହାଲି ଘାଟି ରାସ୍ତା ଦେଇ ଯାଉଥିଲା, ହଠାତ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ି ଓଲଟି ଯାଇଥିଲା, ଫଳରେ ଭେନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ପନ୍ଦର ଜଣ ଆହତ ହୋଇଥିଲେ l ଲାଞ୍ଜିଗଡ଼ ଫାୟାର ଷ୍ଟେସନର କର୍ମଚାରୀ ମାନେ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ି ସହିତ ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ l ଆହତ ହୋଇଥିବା ସମସ୍ତ ପନ୍ଦର ଜଣଙ୍କୁ ନିକଟରେ ଥିବା ବେନ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ସାମାନ୍ୟ ଆହତ 7 ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆ ଯାଇଥିବା ବେଳେ 8 ଜଣ
ଗୁରୁତରଙ୍କୁ ଭଵାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର