March 10, 2026

ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ଶତବାର୍ଷିକ

IMG-20260102-WA0051
Share

 

ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସ ରଞ୍ଜନ କର) ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାବାଡ ର ପ୍ରଧାନଶିକ୍ଷକ ବିଜୟ କୁମାର ମହାପାତ୍ର ଙ୍କ ପୌରୋହିତ୍ୟ ରେ ବିଦ୍ୟାଳୟର ପ୍ରତିଷ୍ଠାତା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ନୀଳକଣ୍ଠ ମିଶ୍ରଙ୍କ ଶତବାର୍ଷିକ ଜୟନ୍ତୀ ଉତ୍ସବ ଆଡମ୍ବର ଭାବେ ପାଳନ କରାଯାଇଅଛି। ଏହି ଉତ୍ସବରେ ନୀଳକଣ୍ଠ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ରବଧୂ ସୁକାନ୍ତି ଦେବୀ ଙ୍କ ଉପସ୍ଥିତି ରେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଆଲୁମିନା ପ୍ରତିନିଧି ତଥା ଶିକ୍ଷାବିତ ବଂଶୀଧର ପାଣିଗ୍ରାହୀ, ପ୍ରଧାନ ଗୁରୁଜୀ ବିଜୟ ସାର ଙ୍କ ଦ୍ଵାରା ପ୍ରତିଷ୍ଠାତା ଙ୍କ ସ୍ମୃତିଚାରଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ନାରାୟଣ ମାନସିଂହ ପରିଚାଳନା କରିଥିଲେ। ପ୍ରତିଷ୍ଠାତା ଙ୍କ ପୁତ୍ର ତଥା ଆଲୁମିନା ସଭାପତି ଙ୍କ ତରଫରୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ଓ ସୁକାନ୍ତି ଦେବୀଙ୍କ ତରଫରୁ କଲମ ପ୍ରଦାନ କରାଯାଇଥିଲା। ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ ଶୃଙ୍ଖଳା ର ଉତ୍ସବ ପାଳିତ ହୋଇଥିଲା। ପରିଶେଷରେ ଶିକ୍ଷକ ଆଖଣ୍ଡଳମଣି ପଟ୍ଟନାୟକଙ୍କ ଦ୍ଵାରା ଧନ୍ୟବାଦ୍‌ ଦିଆଯାଇଥିଲା ସମସ୍ତେ ନୀଳକଣ୍ଠ ମିଶ୍ରଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ପରାମର୍ସ ଦେଇଥିଲେ.