ମେଗା ରକ୍ତଦାନ ଶିବିର, 243 ୟୁନିଟ ରକ୍ତ ସଂଗ୍ରହ
ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭା ଗୃହ ରେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଥିଲା l ଗଞ୍ଜାମ ଯୁବ ଗୋଷ୍ଠୀ ସ୍ବେଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଏବଂ ଗ୍ରାସୀମ କମ୍ପାନୀ ଏଚ ଆର ମୁଖ୍ୟ ତଥା ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ ପ୍ରମୁଖ ମିଳିତ ଭାବେ ଶୁଭାରମ୍ଭ କରିଥିଲେ l ଦୀପକ ଫଟିଲାଇଇଜର ବରିଷ୍ଠ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି, ବିଜେଡି ଜିଲ୍ଲା ଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର, ଗଞ୍ଜାମ ଏନଏସି ଛାତ୍ର ବିଜେଡି ସଭାପତି ରାକେଶ ରଞ୍ଜନ ଦାସ,ପୂର୍ବତନ କାଉନସିଲର ଭରସା ଅନୁଷ୍ଠାନ ର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ, ଗ୍ରାସୀମ ଶ୍ରମିକ ସଂଗଠନ ନେତା ଅନୁପ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ l ଯୁବ ଗୋଷ୍ଠୀ ତଥା ମିଟୁ ପ୍ରଧାନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଏହି ରକ୍ତଦାନ ପ୍ରଥମ ଥର ହୋଇଥିଲେ ମଧ୍ୟ ସଂଖ୍ୟାଧିକ 243 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହାକୁ ସ୍ୱଚ୍ଛସେବୀ ମିଟୁ ପ୍ରଧାନ, ଯୁବନେତା ରାକେଶ ରଞ୍ଜନ ଦାସ,ପତ୍ରକାର ଶିବାନନ୍ଦ ପଲାଇ, ସ୍ୱେଚ୍ଛାସେବୀ ନଳିନୀକାନ୍ତ ଦାସ, କାଁହୁ, ଅମନ, କାଳିଆଙ୍କ ସମେତ ଅନ୍ୟମାନେ ସହଯୋଗ ପରିଚାଳନା କରିଥିଲେ l ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାର କର୍ମକର୍ତା ଶିବିରରେ ଉପସ୍ଥିତ ଥିଲେ l(ପ୍ରଦୀପ କୁମାର ପଣ୍ଡା)