December 5, 2024

ଅଧିକାରର ସଠିକ ମାର୍ଗ ଅନୁସରଣ ..

Share

 

(ସଂଗ୍ରାମ ରଣା ,ଟାଙ୍ଗୀ )

ଡିସେମ୍ବର ୦୧, ବିଶ୍ଵ ଏଡ୍ସ ଦିବସ ୨୦୨୪ ଉପଲକ୍ଷେ ଲିଙ୍କ ୱର୍କର ସ୍କିମ୍ ପ୍ରକଳ୍ପ,କଳିଙ୍ଗ ନେଟୱର୍କ ଫର୍ ପିପଲ ଲିଭିଙ୍ଗ ୱିଥ ଏଚ ଆଇ ଭି / ଏଡ୍ସ ଏବଂ ଓ ସା କ୍ସ ତତତ୍ଵାବଧାନରେ ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଶ୍ଵ ଏଡ୍ସ ଦିବସ ପାଳନ କରାଯାଇଅଛି ଯାହାର ଏହି ବର୍ଷ ର ପ୍ରସଙ୍ଗ ହେଉଅଛି “ଅଧିକାର ର ସଠିକ ମାର୍ଗ ଅନୁସରଣ କରିବା”। ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ , କେ ଏନ୍ ପି ପ୍ଲସ ର କର୍ମକର୍ତ୍ତା ଏବଂ ଏଚ୍ ଆଇ ଭି ଗୋଷ୍ଠୀ ଅନୁଷ୍ଠାନ ର ସଭ୍ୟ ସଭ୍ୟା ମାନେ, ଡି ପି ଏମ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ନାୟକ , କେ ଏନ୍ ପି ପ୍ଲସ ର ସଭାପତି ପ୍ରଭାସିନୀ ପ୍ରଧାନ, କେ ଏନ ପି ପ୍ଲସ ର ଫାଉଣ୍ଡର ଶ୍ରୀ ଅଜୟ କୁମାର ପାତ୍ର, ସି ଏସ୍ ସି ର ପ୍ରକଳ୍ପ ସଂଯୋଜକ ପୁଷ୍ପାଞ୍ଜଳି ମାର୍ଥା, ଆଇ ସି ଟି ସି କାଉନସିଲର ସୁପ୍ରିୟା ପୃଷ୍ଟି ଏବଂ ଅନ୍ୟ ଅତିଥି ଙ୍କ ଉପସ୍ଥିତି ରେ ସକାଳ ୦୯ ଘଟିକା ସମୟରେ ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ କରି ଟାଙ୍ଗୀ ମେଡିକାଲ ପରିକ୍ରମା କରି ପୁନଶ୍ଚ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆସି ଏକ ଜନସଚେତନ ପଦ ଯାତ୍ରା କରିବା ପରେ ଉଚ୍ଚ ବିଦ୍ୟାଳୟରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇ ଥିଲା । ଉକ୍ତ ସଭାରେ ଈଂ ଅଜୟ କୁମାର ପାତ୍ର ଏ ବର୍ଷ ର ବିଷୟ ବସ୍ତୁ “ଅଧିକାର ର ସଠିକ ମାର୍ଗ ଅନୁସରଣ କରିବା” ଉପରେ ଅଭିଭାଷଣ ଦେଇଥିଲେ ଏବଂ ଏଚ୍ ଆଇ ଭି / ଏଡ୍ସ କୁ ରୋକିବାରେ ଏବଂ ଏଚ୍ ଆଇ ଭି ଗୋଷ୍ଠୀ ସମୂହ ର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ସମ୍ବନ୍ଧ ରେ ଅବଗତ କରି ଥିଲେ।

କେ ଏନ୍ ପି ପ୍ଲସ୍ ର ସଭାପତି ଶ୍ରୀମତୀ ପ୍ରଭାସିନୀ ପ୍ରଧାନ ଏଚ୍ ଆଇ ଭି ଏବଂ ଏଡ୍ସ ସମ୍ବନ୍ଧ ରେ ସମ୍ପୂର୍ଣ ସଠିକ୍ ସୂଚନା ଦେବା ସହିତ ଅଧିକ ଜାଣିବା ପାଇଁ ବିନା ଶୁଳ୍କ ଟେଲି ଫୋନ ନଂ ୧୦୯୭ କୁ ଫୋନ କରିବା ପାଇଁ ଅନୁରୋଧ କରିଥିଲେ। ଉକ୍ତ ସଭା ରେ ପ୍ରାକ୍ତନ ବିଚରାପତି ଶ୍ରୀଯୁକ୍ତ ନାରାୟଣ ମହାପାତ୍ର,

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଶ୍ରୀ ବିଜୟ କୁମାର ରାଉତ ଏବଂ

ବିଦ୍ୟାଳୟ ପରିଚାଳନା ସମିତି ପୂର୍ବତନ ସଭାପତି ଶ୍ରୀ ରାଘୁନାଥ ସାହୁ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିତାଂଶୁ ଭୂଷଣ ନନ୍ଦ ଅତିଥି ରୂପେ ଯୋଗ ଦେଇ ନିଜ ନିଜ ର ଅଭିଭାଷଣ ରଖିଥିଲେ । ଉଚ୍ଚ ବିଦ୍ୟାଳୟ ରେ ଏଚ ଆଇ ଭି ଏବଂ ଏଡ୍ସ ଉପରେ ହୋଇଥିବା ଡ୍ରଇଂ ,କୁଇଜ୍, ରଚନା, ବକ୍ତୃତା ଏବଂ ସଙ୍ଗୀତ ପ୍ରତିଯୋଗିତା ରେ କୃତି ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଏବଂ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲା

ଉଚ୍ଚ ବିଦ୍ୟାଳୟଲ ଯୁବ ରେଡ୍ କ୍ରସ ର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ମହାପାତ୍ର ଏବଂ କେ ଏନ୍ ପି ପ୍ଲସ , ଲିଙ୍କ ୱାର୍କର ପ୍ରକଳ୍ପ ର ଡି ଆର୍ ପି ଶ୍ରୀ ଶଶିକାନ୍ତ ବରାଳ , ଏମ୍ ଏଣ୍ଡ ଇ ଶ୍ରୀ ଚନ୍ଦନ କୁମାର ଦାସ ଏବଂ ଟାଙ୍ଗୀ, ଚିଲିକା ଓ ବାଣପୁର ବ୍ଲକ ର ସୁପର ଭାଉଜର ଶ୍ରୀ ସୁବ୍ରତ କୁମାର ସ୍ବାଇଁ ଏବଂ ଶ୍ରୀମତୀ ସ୍ଵର୍ଣ୍ଣଲତା ଦାଶ ଏବଂ ସମସ୍ତ କ୍ଳଷ୍ଟର ଲିଙ୍କ ୱାର୍କର ମାନଙ୍କ ସହଯୋଗ ରେ ଉକ୍ତ ସଚେତନତା କାର୍ଯ୍ୟ କର୍ମ ସଫଳ ରୂପ ନେଇଥିଲା । ଶେଷରେ ଅଧ୍ୟାପକ ଶ୍ରୀ ଭବାନୀ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ।

You may have missed