ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଲିଖିତ କୁଇଜ୍ ପ୍ରତିଯୋଗିତା
ବୁଗୁଡ଼ା : ତା ୦୧/୧୨/୨୪ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଲିଖିତ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କାଳି ଚରଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ସିଆରସିସି କିରଣ ବାଳା ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ଏଥିରେ ବିରଞ୍ଚିପୁର ହାଇସ୍କୁଲର ଛାତ୍ର ଟି. କିର୍ତ୍ତୀମାନ ପାତ୍ର , ବୁଦ୍ଧଗିରି ବିଦ୍ୟାପୀଠର ଛାତ୍ର ଅଂଶୁମାନ ଜେନା ଓ ଗୋଲିଆ ହାଇସ୍କୁଲର ଛାତ୍ର ସଚ୍ଚିଦାନନ୍ଦ ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅତିଥିମାନଙ୍କ ଦ୍ଵାରା କୁଇଜ୍ ପ୍ରତିଯୋଗିତାର ସମସ୍ତ ପ୍ରତିଭାଗିଙ୍କୁ ପ୍ରମାଣ ପତ୍ର ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ପରିଚାଳନା କରିଥିବା ବେଳେ ଏଥିରେ ଶିକ୍ଷକ ଶଙ୍କର ଦାସ ଓ ଶିକ୍ଷୟିତ୍ରୀ ସସ୍ମିତା ତ୍ରିପାଠୀ ସହଯୋଗ କରିଥିଲେ । ପ୍ରକାଶ ଯେ, ଏହି ବ୍ଲକ ସ୍ତରୀୟ କୃତି ପ୍ରତିଯୋଗୀମାନେ ଆସନ୍ତା ୮ ତାରିଖ ରବିବାର ଦିନ ବ୍ରହ୍ମପୁରସ୍ଥ ଭି.ଭି.ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟଠାରେ ଅନୁଷ୍ଠିତ ହେବାକୁଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାଯାଇଛି।