December 5, 2024

ବ୍ୟାନେରରେ ଲଗେଇ ସଚେତନ କରୁଛନ୍ତି  କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ଯୋଜନା.

Share

 

କାଶୀନଗର (ଅନନ୍ତ ଆପଟ )

 

ତାରିଖ 1/12/24

 

କାଶୀନଗର ବ୍ଲକ ଓ ଏନ ଏ ସି ର 60 ହଜାର ଲୋକ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ନିମନ୍ତେ ନିର୍ଭରଶୀଳ. 1992 ମସିହାରେ ଏହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇ 6 ଶଯ୍ୟା ଡାକ୍ତରଖାନା ପରିଣତ ହୋଇଥିଲା.ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏ ଡି ଏମ ରେଙ୍କର ଡାକ୍ତର ମେଡିକାଲ ଅଫିସର ରହିବା ନିୟମ, ଜଣେ ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ, ଜଣେ ପରିବାର କଲ୍ୟାଣ ବିଭାଗ ଡ଼କ୍ଟର ରହିବା ନିର୍ଦ୍ଧେଶ ରହିଛି. କିନ୍ତୁ 10 ବର୍ଷ ହେଲା ଏଠାରେ ଏହିପରି ବ୍ୟବସ୍ଥାର ବ୍ୟତିକ୍ରମ ଡାକ୍ତର ନିଯୁକ୍ତି କରାଯାଇ ନାହିଁ. ପି ଜି ନିମନ୍ତେ ଡାକ୍ତର ମାନେ 3 ବର୍ଷ ନିମନ୍ତେ ନିଯୁକ୍ତି ହୋଇ ସେମାନେ ପି ଜି ପରୀକ୍ଷା ନିମନ୍ତେ ବ୍ୟସ୍ତ ରହି ଚିକିତ୍ସା କରିବା ଅବହେଳା କରୁଛନ୍ତି. ବର୍ତମାନ ଜଣେ ଜୁନିଅର ଡ଼କ୍ଟର ରହିଲେ ମଧ୍ୟ ତାଙ୍କର ବିଶେଷ ଅଭିଜ୍ଞତା ନାହିଁ. ମେଡିକାଲ ପରିଚାଳନା କରିବାରେ ବର୍ତମାନ ବିଭିନ୍ନ ସ୍କିମରେ ଆସୁଥିବା ସଚେତନ ପ୍ରୋଗ୍ରାମ ଯକ୍ଷ୍ମା ନିରାକାରଣ ସଚେତନ. ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ କେବଳ ପୁରୁଣା ବ୍ୟାନନେର lଟି ଲଗେଇ ଫୋଟୋ ଉଠାଇ ଦେଇ କାର୍ଯ୍ୟ କରାଯାଏ.. ଏଠାରେ ଥିବା ପବ୍ଲିକ ହେଲଥ ସ୍ୱାସ୍ଥ୍ୟ ଅଧିକାରିଣୀ ଗୀତାରାଣୀ ମହାପାତ୍ର କୌଣସି ସଚେତନ କାର୍ଯ୍ୟ ତାଲିମ ନିମନ୍ତେ ଥିଲେ ମଧ୍ୟ କେବେ ଡାକ୍ତରଖାନା ମଧ୍ୟରେ ବ୍ୟବସ୍ଥା କରୁ ନାହାନ୍ତି. ତାଙ୍କର ପୂର୍ବ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଓ ଦୁର୍ନୀତି ଯୋଗୁଁ ଆସି ଏଠକୁ ବଦଳି କରାଗଲା. ଏଠାରେ ତାଙ୍କ ଯୋଗୁଁ ଡାକ୍ତର ଖାନା ଅବ୍ୟବସ୍ଥା ହେଉଥିବା ସୂଚନା ମିଳୁଛି . ଏ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମେଡିକାଲ ଅଫିସର ମେଡିକାଲ ଅଫିସର ଇନଚାର୍ଜ ବଦଳାଇବା ଓ ବି ପି ଏମ ବଦଳି ନିମନ୍ତେ ଦାବି କରାଗଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ. ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏଭଳି ସମସ୍ୟା ଅବହେଳା ଯଦି ଭବିଷ୍ୟତରେ ଲାଗି ରହିଲେ କାଶୀନଗର ନାଗରିକ ମଞ୍ଚ ଆନ୍ଦୋଳନକୁ ଓହ୍ଲେଇବା ପାଇଁ ନିଷ୍ପତି ନେଇଥିବା ସୂଚନା ମିଳିଛି .

You may have missed