December 5, 2024

ଆଗକୁ ନିମାପଡା ପଞ୍ଚାୟତ ଏବଂ ଏନ ଏ ସି ଅଧକ୍ଷ ପଦ ହାତେଇବ କଂଗ୍ରେସ କହିଲେ ସିଦ୍ଧାର୍ଥ ରାଉତରାୟ ..

Share

୨୦୨୪ ନିର୍ବାଚନ ପରେ ନିମାପଡାର ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁତ୍ର ସିଦ୍ଧାର୍ଥ କୁମାର ରାଉତରାୟ ନିର୍ବାଚନ ରେ ପରାଜୟ ବରଣ ପରେ ଆମେରିକା ଯାଇ ନିଜ ପିଲାମାନଙ୍କ କଥା ବୁଝିବା ସହିତ ସାଇକେଲ ରେ ଏଭେରେଷ୍ଟ ଚଢି ତ୍ରିରଙ୍ଗା ଉଡାଇ କେବଳ ନିମାପଡା ନୁହେଁ କି ପୁରିନୁହେଁ କି ଓଡିଶା ନୁହେଁ ଏପରିକି ସାରା ଭାରତ ନୁହେଁ ସାରା ବିଶ୍ୱରେ ଏକ ନମ୍ବର ହୋଇ ଗୋଲଡ଼ ମେଡାଲ ଜିତିବା ସହିତ ଆଇରନ ମ୍ୟାନ ଉପାଧିପାଇ ସାରା ଭାରତ ପାଇଁ ଗର୍ବ ଅର୍ଜନ କରିଛନ୍ତି l ସିଦ୍ଧାର୍ଥ ରାଉତରାୟ ଓଡିଶା ଫେରି ସିଧା ପହଂଚିଥିଲେ ନିମାପଡା ରେ, ନିମାପଡା ରେ ନିମାପଡା କଂଗ୍ରେସ ଯୁବ କଂଗ୍ରେସ ସଭାପତି ଇଞ୍ଜିନିଅର ମନୋଜ କୁମାର ସାହୁଙ୍କ ଅଧକ୍ଷତାରେ, ବିପିନ ବିହାରୀ ବେହେରା, ଦିଲ୍ଲୀପ ବିଶ୍ୱାଳ, ଆଶିଷ କୁମାର, ରେଣୁବାଳା ମାଝୀ, ଶିବପ୍ରସାଦ ସ୍ୱାଇଁ, ପ୍ରସନ୍ନ ନାୟକ, ପ୍ରକାଶ ବାରିକ, ବିଜୟ କୁମାର ମଲ୍ଲିକଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ସିଦ୍ଧାର୍ଥ ରାଉତରାୟଙ୍କୁ ବିରାଟ ବାଇକ ଶୋଭାଯାତ୍ରା ରେ ସିଦ୍ଧାର୍ଥଙ୍କୁ ନିମାପଡା ବଜାର ବୁଲାଇବା ସହିତ ମହାପୁରୁଷଙ୍କ ମୂର୍ତ୍ତି ଏବଂ ସହୀଦ ସ୍ତମ୍ଭ ରେ ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସ କାର୍ଯ୍ୟାଳୟ କୁ ଯାଇ ସେଠାରେ କର୍ମୀମାନଙ୍କୁ ସହିତ ଏକ ବୈଠକ କରିଥିଲେ ସିଦ୍ଧାର୍ଥ ରାଉତରାୟ l ପରେପରେ ଗଣମାଧ୍ୟମ ଆଗରେ କହିଥିଲେ ଯେ ମୋ ଘରର ଅଳିଆ ସଫା ହୋଇଯାଇଛି l ମୋ ଘର ସଜାଡି ହୋଇଯାଇଛି l ଆଗକୁ ନିମାପଡା ପଞ୍ଚାୟତ ଅଧକ୍ଷ ଏବଂ NAC ଅଧକ୍ଷ କଂଗ୍ରେସ ନିଶ୍ଚିତ ହାତେଇବ ଏଥିରେ କୌଣସି ସନ୍ଦେହ ନାହିଁ l ପରେପରେ ନିଜ ଅନୁପସ୍ଥିତ ରେ ତାଙ୍କ ଧର୍ମପତ୍ନୀ ଙ୍କ ସହିତ କର୍ମୀମାନେ ନିମାପଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଗଠନ କୁ ସୁଦୃଢ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ସର୍ବଶେଷରେ ସିଦ୍ଧାର୍ଥ ରାଉତରାୟ କହିଥିଲେ କି ନିମାପଡାବାସୀ ଭଲ ଲୋକଙ୍କୁ ଭୋଟ ନଦେଇ ଭୁଲ କରିଛନ୍ତି ଗୁଣ୍ଡା ଭୟରେ ଚୋରକୁ ଭୋଟଦେଇ ଏବେ କବାଟ କୋଣରେ ମୁହଁ ଲୁଚାଇ କାନ୍ଦୁଛନ୍ତି l ଆଗକୁ ଏସବୁ କରିବାକୁ କଂଗ୍ରେସ କେବେ ବି ସୁଯୋଗ ଦେବନି l ଆଗକୁ ନିମାପଡା ପରିବର୍ତନ ହୋଇଯିବ, ଭୁବନେଶ୍ୱର ଏକ ନମ୍ବର ହାଟରେ ନିମାପଡା ବଜାର ଖୋଲାଯିବ l ନିମାପଡା କୁ ସାରା ଭାରତରେ ଏକନମ୍ବର କରିବା ମୋର ମୂଳ ଲକ୍ଷ ବୋଲି କହିଥିଲେ ଆଇରନ ମ୍ୟାନ ସିଦ୍ଧାର୍ଥ ରାଉତରାୟ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed