December 5, 2024

ବେଦାନ୍ତ ସାମ୍ବାଦିକ ଉପରେ କରୁଛି ଦାଦାଗିରି ଇଏ କଣ ବେଦାନ୍ତର ନୀତି ?

Share

ଲାଞ୍ଜିଗଡ, କଳାହାଣ୍ଡି ଜିଲ୍ଲା ଏଇ ସବୁ ତା 19/11/2024 ରିଖ ମଙ୍ଗଳବାର ଦିନର ଘଟଣା ଘଟିଥିଲା l ଲାଞ୍ଜିଗଡ ଠାରେ ବେଦାନ୍ତ ଆଜକୁ 20 ବର୍ଷ ଭିତରେ ଲାଞ୍ଜିଗଡ ବାସିଙ୍କୁ ଖାଲି ନାଲି ଦେଖେଇ ଦେଖେଇ ଚାଲିଛି ଯିଏ ବେଦାନ୍ତର ବିରୋଧରେ ଯିବ ତାକୁ ମିଛ କେଶରେ ଫସେଇ ଦେବା ଆଉ ଯେଉଁ ଲେଣ୍ଡ ଲୁଜର ବା PAP ଧାରୀ ପରିବାର ଲୋକ ବେଦାନ୍ତକୁ ଚାକିରୀ ଖଣ୍ଡେ ମାଗି ବାକୁ ଆସେ ତେବେ ହେଲେ ତାକୁ ନାଲି ଆଖି ଦେଖାଇ ଭଗେଇ ଦିଆଯାଉଛି I ଯଦି ସେହି ବ୍ୟକ୍ତି ଶେଷରେ ବେଦାନ୍ତ ମୁଖ୍ୟ ଫଟକାରେ ବେଦାନ୍ତ ମୁଖ୍ୟ ଫଟାକକୁ ବନ୍ଦ କରି ଧାରଣା ଦେଇ ବସେ ତେବେ ହେଲେ ତାରି ନାମରେ ମିଛ କେଶରେ ସେମାନଙ୍କୁ ଫସେଇ ଦିଆଯାଉଛି I ତାହା କିଛି ଗୁଡିଏ ଗ୍ରାମର ଉଦାହରଣ ଅଛି ଶେଷରେ ବେଦାନ୍ତ କମ୍ପାନୀର ଫେକ୍ଟରୀ ପାଖ ଗ୍ରାମର ଲୋକ ଯାଇ ବେଦାନ୍ତ ବିରୋଧରେ ଧାରଣା ଦେଇଥିଲେ ସେହି ଗ୍ରାମର ସମସ୍ତଙ୍କ ନାମରେ ମିଛ କେଶ ଦେଇଥିଲେ l ସେହି ଗ୍ରାମର ସମସ୍ତ ଗ୍ରାମ ବାସି ଯାଇ ହି ମନ ରାଇଟ କମିଶନର ଭୁବନେଶ୍ୱରରେ ଙ୍କୁ ଭେଟି କମ୍ପାନୀ ନାମ ରେ କେଶ ମଧ୍ୟ ଦେଇଥିଲେ l ଯୋଉ ବେଦାନ୍ତ କମ୍ପାନୀ ସାମ୍ବାଦିକଙ୍କୁ ନାଲି ଦେଖେଇ ପାରୁଛି ଓ ଅସଭ୍ୟ ହିନ୍ଦୀ ଭାଷାରେ ଗାଳି ଗୁଲଜ ବେଦାନ୍ତ କମ୍ପାନୀର ଡେପୁଟି ହେଡ଼ ସିକୁରିଟି ଅଫିସର ଶ୍ରୀମତୀ ସପମ ରିୟା ଓ ତାଙ୍କ ଟିମ ମିଶି Omm tv କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଙ୍କ ଠାରୁ ତାଙ୍କ ଆଇ କାର୍ଡ ଓ ଧାରଣା ଦେଇଥିବା ଭିଡିଓ ଉତ୍ତଳନ କରୁଥିବା ମୋବାଇଲକୁ ଛଡେଇ ନେବା ପାଇଁ ଚେଷ୍ଟା କରିଥିଲେ ଓ ତତ ସଙ୍ଗେ ସଙ୍ଗେ ତାଙ୍କର ଟିମକୁ ଶ୍ରୀମତୀ ସପମ ରିୟା ନିର୍ଦେଶ ଦେଇଥିଲେ ଛାଡେଇ ନେବା ପାଇଁ କିନ୍ତ ତାଙ୍କର ଟିମ ସଫଳ ହୋଇ ନଥିଲେ l ଏଇ ଭିଡିଓ ଟିକୁ ଆପଣ ମାନେ ଦେଖନ୍ତୁ ଆଉ ପଢ଼ନ୍ତୁ ସବୁ କଥା ଜାଣିଯିବେ ବେଦାନ୍ତ ଲାଞ୍ଜିଗଡ ଆସି ଲୋକଙ୍କ ଉପରେ କିମିତିଆ ବ୍ରିଟିଶ ଶାସନ କରୁଛି l

ଲାଞ୍ଜିଗଡ଼,ପୁରନ୍ଦର ଦଣ୍ଡସେନା,/ ନ୍ୟୁଜ୍ ଉପାନ୍ତ ଖବର

You may have missed