“କଳା ସ୍ଥାପତ୍ୟ ରେ ଭାରତ ଆବିଷ୍କାର” ପୁସ୍ତକ ଉନ୍ମୋଚନ ଉର୍ତ୍ସବ ଅନୁଷ୍ଠିତ l
ପୁରୀଜିଲ୍ଲା ସଂସ୍କୃତି ଭବନଠାରେ ପ୍ରଫେସର ଡ଼କ୍ଟର କୃଷ୍ଣଚନ୍ଦ୍ର ମିଶ୍ରଙ୍କ ରଚିତ” କଳା ସ୍ଥାପତ୍ୟରେ ଭାରତ ଆବିଷ୍କାର ” ଗ୍ରନ୍ଥ ଉନ୍ମୋଚିତ ହୋଇଯାଇଛି l ଏହି ପୁସ୍ତକ ଉନ୍ମୋଚନ ସଭାରେ ପ୍ରଫେସର ଡ଼କ୍ଟର ଗୋପାଳକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ପୂର୍ବତନ କୁଳାଧିପତି ପ୍ରଫେସର ଡ଼କ୍ଟର ପ୍ରଫୁଲ କୁମାର ମିଶ୍ର, ସମ୍ମାନିତ ଅତିଥିଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼କ୍ଟର ସବିତା ପ୍ରଧାନ, ମୁଖ୍ୟ ସମୀକକ୍ଷ ରୂପେ ପ୍ରଫେସର ଡ଼କ୍ଟର ଉମାକାନ୍ତ ସୁବୁଦ୍ଧି, ସମୀକ୍ଷକ ରୂପେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଚଳିତ ମହାବିଦ୍ୟାଳୟ ଇତିହାସ ବିଭାଗ ର ମୁଖ୍ୟ ପ୍ରଫେସର ଡ଼କ୍ଟର ସଂଗୀତା ମିଶ୍ର ଏବଂ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ଲେଖକ ସାରଙ୍ଗଧର ରାୟଗୁରୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଫେସର ଡ଼କ୍ଟର ପୂର୍ଣଚନ୍ଦ୍ର ମିଶ୍ର, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ଼କ୍ଟର ବସନ୍ତ କୁମାର ମିଶ୍ର, ପୌରୁଷର ସମ୍ପାଦକ ସୁସାହିତ୍ୟିକ ଡ଼କ୍ଟର ଅସିତ କୁମାର ମହାନ୍ତି ଓ ଗବେଷକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମନେ ମଞ୍ଚାସିନ ହୋଇ ଏହି ଗ୍ରନ୍ଥର ଉନ୍ମୋଚନ କରିଥିଲେ l ଏହି ଗ୍ରନ୍ଥ ଟି ୭୦୦୦ ପୃଷ୍ଠା ବିଶିଷ୍ଟ ହୋଇଥିବା ବେଳେ ଭାରତ କଲାସ୍ଥାପତ୍ୟ ର ୫୦୦୦ ଫୋଟୋ ପ୍ରକାଶ ପାଇଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l