ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମହାନତା; ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟରେ ପହଞ୍ଚି ପ୍ରଦାନ କଲେ ଫାଇନାଲ୍ ପେନସନ୍ ଦସ୍ତାବିଜ୍
ଭଞ୍ଜନଗର,୩୦/୧୧, ସରକାରୀ କର୍ମଚାରୀଟିଏ ଅବସର ଗ୍ରହଣ କଲେ ତାର ଶେଷ ଭରସା ପାଲଟିଥାଏ ତାର ପେନସନ୍ I କିନ୍ତୁ ବହୁ ସମୟରେ ଦେଖାଯାଉଛି ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଏବଂ ଅବହେଳା ଯୋଗୁଁ ଅବସର କର୍ମଚାରୀ ମାନେ ପେନସନ୍ ଗଣ୍ଡାକ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡୁଛନ୍ତି I ବିଶେଷ କରି ଶିକ୍ଷା ବିଭାଗରେ ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ଫୁ କରି ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅସୁବିଧାରେ ପକାଉଥିବାର ବହୁ ଉଦାହରଣ ରହିଛି I କିନ୍ତୁ ଏସବୁରୁ ଉର୍ଦ୍ଧ୍ଵରେ ରହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସହଯୋଗ କରିବା କ୍ଷେତ୍ରରେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ I ଆଜି ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ସାହାଣପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଏସ୍ ବେବୀ ଦୋରା ଅବସରଗ୍ରହଣ କରିଥିବା ବେଳେ ଶ୍ରୀମତୀ ଦୋରାଙ୍କୁ ଅବସରକାଳୀନ ସମସ୍ତ ସରକାରୀ ସୁବିଧା ଯୋଗାଇଦେବା ପାଇଁ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍.ଧନଞ୍ଜୟ ସାହାଣ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଯାଇଥିଲେ I ସେ ବିଦ୍ୟାଳୟରେ ପହଞ୍ଚି ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ତାଙ୍କର ଗ୍ରାଚ୍ୟୁଇଟି,କମୁଟେସନ୍ ଏବଂ ଫାଇନାଲ୍ ପେନସନ୍ ଦସ୍ତାବିଜ୍ ପ୍ରଦାନ କରିଥିଲେ I ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟଙ୍କ ଏହିଭଳି କାର୍ଯ୍ୟ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳାଇ ଦେଇଥିବା ବେଳେ ନିଜ କର୍ମଚାରୀଙ୍କୁ ତୁରନ୍ତ ସେବା ପ୍ରଦାନ କ୍ଷେତ୍ରରେ ଅନ୍ୟ ଅଧିକାରୀମାନଙ୍କ ପାଇଁ ଉଦହରଣ ପାଲଟିଛନ୍ତି I ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଏହିଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି I ପ୍ରକାଶ ଥାଉକି ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ନିଜର ସରଳ ଜୀବନଯାପନ ପ୍ରଣାଳୀ ସହିତ ଜଣେ ସଚ୍ଚୋଟ ଏବଂ ଉତ୍ତମ ପ୍ରଶାସକ ଭାବରେ ବେଶ୍ ପ୍ରଶଂସା ସାଉଁଟିଥିବା ବେଳେ ଗତ ଶିକ୍ଷା ବର୍ଷରେ ଜଣେ ଦକ୍ଷ ପ୍ରଶାସକ ଭାବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରି ଗଞ୍ଜାମ ଜିଲ୍ଳା ପାଇଁ ଗୌରବ ଆଣିଦେଇଥିଲେ I
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ