September 21, 2024

ରାମନାଗୁଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବି ନେଇ ତହସିଲ କାର୍ଯ୍ଯାଳୟ ଘେରାଉ

Share

ରାମନାଗୁଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବି ନେଇ ତହସିଲ କାର୍ଯ୍ଯାଳୟ ଘେରାଉ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ଅଖିଳ ଭାରତ କୃଷକ ମହାସଭା ଓ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ରାମନାଗୁଡା ମୁଖ୍ୟବଜାର ନିକଟ ଖିଲାପଦର ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ୧୬ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏଥିରେ ରାମନାଗୁଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ମରୁଡ଼ି ଘୋଷଣା ସହ ମରୁଡ଼ିରେ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ଏକର ପିଛା ୫୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ମରୁଡ଼ିରେ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ଋଣ ଛାଡ଼, ନୂଆ ଋଣ ଯୋଗାଇବା ଏବଂ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ମରୁଡ଼ି କ୍ଷତିଗ୍ରସ୍ତ ହିତାଧିକାରୀକୁ ଜଳକର ଛାଡ଼ , କପା କୁଇଣ୍ଟାଲ ୯ ହଜାର ଟଙ୍କା ପ୍ରଦାନ, ଗୋଗୁପାଡୁ ପଞ୍ଚାୟତର କାଟିକି ଓ ଗୁଲୁଣ୍ଟି ପଞ୍ଚାୟତର ତାମିଲିଗୁଡ଼ା ଗ୍ରାମର ଆଦିବାସୀମାନଙ୍କ ଭୋଗ ଦଖଲରେ ରହିଥିବା ଜମିର ପଟ୍ଟା ପ୍ରଦାନ ଓ ଆଦିବାସୀମାନଙ୍କ ନାମରେ ହୋଇଥିବା ମିଥ୍ୟା କେସ୍‌କୁ ପ୍ରତ୍ୟାହାର, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା, ଆଦିବାସୀ ମାନଙ୍କର ଭୋଗ ଦଖଲରେ ରହିଥିବା ସରକାରୀ ଜମି, ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ ଆର.ଆଇ, ଓ ଅମିନ୍‌କୁ ମାସିକ ୧୫ ଦିନ ପାଇଁ ନିର୍ଦ୍ଦେଶ ଦେବା, ଶୀତଳ ଭଣ୍ଡାର ଓ ଢ଼େପାଗୁଡ଼ା ଡ୍ୟାମ୍ ରୁ ଚାଷୀମାନଙ୍କୁ ଜଳ ସେଚନ ଯୋଗାଇବା ଓ ଗୁଲୁଣ୍ଡି ପଞ୍ଚାୟତରେ ସୋରିଷ ପଦର ଗାଁର ଚାଷୀମାନଙ୍କୁ ଜଳକର ଛାଡ,କେନାଲ ନିମନ୍ତେ କ୍ଷତିଗ୍ରସ୍ଥଙ୍କୁ କ୍ଷତିପୂରଣ ଓ ଲହରଗାଡ଼ା ନାଳକୁ ଜଳ ପ୍ରକଳ୍ପ, ଆନ୍ଧ୍ରର ଜମି ମାଫିଆମାନେ ଆଦିବାସୀମାନଙ୍କ ଦଖଲରେ ଥିବା ଜମିକୁ ବେଆଇନ ଭାବେ ରେଜିଷ୍ଟି ରଦ୍ଧ କରିବା, ଏମ୍.ଜି.ଏନ୍.ଆର୍.ଇ.ଜି.ଏ କାମର ବର୍ଷ କୁ ୨ଶହ ଦିନ କାମ ଦୈନିକ ୬ଶହ ଟଙ୍କା ମଜୁରୀ, ବ୍ୟାପକ ଦୁର୍ନିତୀ ବନ୍ଦ କରିବା ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୫ଲକ୍ଷଟଙ୍କା ପ୍ରଦାନ ସହ ସମସ୍ତ ଗରିବ ଏବଂ ବିପିଏଲ ପରିବାରର ମାନଙ୍କୁ ବିଦ୍ୟୁତ୍ ବିଲ ଛାଡ଼ ୨ଶହ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା , ପ୍ରତ୍ୟେକ ଗରୀବ ପରିବାରକୁ ରେସନ୍‌କାର୍ଡ, ରେସନ୍‌କାର୍ଡ ଧାରୀଙ୍କୁ ୫୦ କେଜି ଚାଉଳ, ଚାଷୀମାନେ ଚାଷ କରୁଥିବା ବାଇଗଣ, ଭେଣ୍ଡି, ଝୁଡ଼ଙ୍ଗ, ଫୁଲକୋବି, ପତ୍ର କୋବି ଆଦି ବିଭିନ୍ନ ପରିବା ଚାଷ କରିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ମରୁଡ଼ି ସହାୟତା, ଆଦିବାସୀମାନଙ୍କ ଜମି ଅଣ-ଆଦିବାସୀମାନେ କିଣିବା ଆଇନକୁ ସଂପୂର୍ଣ୍ଣ ରୂପେ ରଦ୍ଧ କରିବା ନେଇ ଦାବି କରାଯାଇଛି। ଏଥିରେ ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ତ୍ରିପତି ଗମାଙ୍ଗ , ଅଖିଳ ଭାରତ କୃଷକ ମହାସଭା ସଭାପତି ଅନାସିମ ଶବର ,ବୃନ୍ଦାବନ ବିଡିକା, କରୁଣା କର ଲିମା, ସାନିଆ ବିଡିକା , ଦାସୁରୁ ପାତିକା , ଗୋବିନ୍ଦ ପାତିକା , ରମେଶ ପାତିକା , ମୋଜେସ ବିଡିକା, ଲବ ବିଡିକା, ଶୁଣ୍ଡିମା ବିଡିକା, ରାମଦାସ ନିମାଲା , ଛାଣ୍ଟି ନିମାଲା ପ୍ରମୁଖ ଉପସ୍ଥିତ ଥିଲେ।।

ରିପୋର୍ଟ ସଞ୍ଜିବ କୁମାର ଦାଶ