March 10, 2026

ଶାରଳା ପୀଠ ଠାରୁ ଗୋରେଖନାଥ ମଠ ର ରାସ୍ତା ମରଣଯନ୍ତା ରେ ପରିଣତ , ଯାତ୍ରୀ ହନ୍ତସନ୍ତ ..

IMG-20251101-WA0081
Share

 

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରୁ ବିଭୁତିକ୍ଷେତ୍ର ଗୋରେଖନାଥ ମଠ ପର୍ଯ୍ୟନ୍ତ ଚାରି କିଲୋମିଟର ରାସ୍ତା ଦୀର୍ଘ ମାସ ଧରି, ମରାମତି ଅଭାବରୁ ମରଣଯନ୍ତା ରେ ପରିଣତ ହୋଇଛି l ଏହି ରାସ୍ତା ଦେଇ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦଶ ବାରଟି ପଞ୍ଚାୟତ ର ଅଧିବାସୀ ମାନେ, ରେଳଯାତ୍ରା କରିବାପାଇଁ ଗୋରେଖନାଥ ରେଳଷ୍ଟେସନ କୁ ଯାତାୟାତ କରିଥିବା ବେଳେ, ପ୍ରତିଦିନ ଏହି ରାସ୍ତା ଦେଇ ଶହଶହ ଯାନବାହାନ ଯାତାୟାତ କରିଥାଏ l ମାତ୍ର ମୁଳିସିଂହ ସହର ହାଟ ଠାରୁ ବାଘୁଆବାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ୱରେ ଖାଲ ଖମା ସୃଷ୍ଟି ହୋଇ ଥିବା ବେଳେ, ଆଗକୁ ରାସ୍ତାର ମଝିରେ ମଧ୍ୟ ଖାଲ ଖମା ଯୋଗୁଁ ଯାତ୍ରୀ ମାନେ,ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଥିବାରୁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ବସ ଚଳାଚଳ ପାଇଁ , ହଇରାଣ ହରକତ ହେବାକୁ ପଡୁଛି l ବିଭାଗୀୟ ଯନ୍ତ୍ରୀ ଓ ପଦାଧିକାରୀ ମାନଙ୍କୁ ଏହି ବିପଦଶଂକୁଳ ରାସ୍ତା ର ମରାମତି ପାଇଁ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି l ଜଗତସିଂହପୁର ଜିଲ୍ଲାର ସର୍ବାଧିକ ଜନଗହଳି ପୂର୍ଣ୍ଣ ଝଙ୍କଡ଼ ସାରଳା ପୀଠ ଓ ବିଭୁତି କ୍ଷେତ୍ର ବାବା ଗୋରେଖନାଥ ମଠ କୁ ଆସୁଥିବା ସାହସ୍ରାଧିକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନେ ଏହି ରାସ୍ତା ଖରାପ ଥିବାରୁ ଚାରି କିଲୋମିଟର ପରିବର୍ତ୍ତେ ଦଶ ପନ୍ଦର କିଲୋମିଟର ରାସ୍ତାରେ ଯାତାୟାତ କରିବା ପାଇଁ ପଡୁଛି l ଯେତେଶୀଘ୍ର ଏହି ରାସ୍ତାର ସମ୍ପ୍ରସାରଣ ଓ ପୁନଃ ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି l