April 11, 2025

ଗୁଣପୁର ରେ ଜମୁଛି କାଳିପୂଜା …

Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜ଼ିଲ୍ଲା ଗୁଣପୁର ଆଇଟିଡିଏ ଅଫିସ ନିକଟସ୍ତ ମା’ କାଳୀଙ୍କ ପୂଜା ଚଳିତ ବର୍ଷ 18 ବର୍ଷରେ ପଦାର୍ପଣ କରିଛି। ମା’ଙ୍କ ପୂଜା ପାଇଁ ଗୁଣପୁର ସହର ଉତ୍ସବ ମୁଖର ହୋଇଛି।ରାତିରେ ସହର ମଧ୍ୟରେ ଥିବା ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଆଜ୍ଞାମାଳ ଅଣାଯାଇ ମଣ୍ଡପରେ ପୂଜା କାର୍ଯ୍ୟ ଯଥା ରିତିନୀତି ଆରମ୍ଭ ହୋଇଥିଲା ସକାଳେ ମା ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ଶେଷ ହୋଇଥିଲା। ମା’ ଙ୍କ ପୂଜା 9 ଦିନ ପାଇଁ ଚାଲିବ ବୋଲି ଜଣାପଡିଛି।ଗୁଣପୁର ସହରରେ ସୁନ୍ଦର ତରଣ ନିର୍ମାଣ ସହ ରାସ୍ତାରେ ଆଲୋକ ସଜା ଆକର୍ଷଣ କରିଛି।ଲୋକଙ୍କ ମନୋରଞ୍ଜନ ନିମନ୍ତେ ମିନାବଜାର ଦୋଳି ସହ ଦୋକାନ ବଜାର ଖୋଲାଯାଇଛି।କର୍ତ୍ତା ଭାବେ ନରସିଂହ ଶତପଥି ଏବଂ ପୂଜକ ଭାବେ ପୂର୍ଣ୍ଣ ଚନ୍ଦ୍ର ଦାଶ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ।ମା ଙ୍କୁ ଦର୍ଶନ କରିବା ସକାଶେ ଆଖପାଖ ଅଞ୍ଚଳ ର ଭକ୍ତ ଙ୍କ ସୁଅ ଛୁଟୁଛି।ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ପୂଜା କମିଟି ସୂଚନା ଦେଇଛନ୍ତି।ପୂଜାମଣ୍ଡପରେ ସ୍ଥାନୀୟ ଅଞ୍ଚଳର ବାସି ମା’ଶ୍ୟାମାକାଳୀ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ଥିବା ଦେଖିବାକୁ ମିଳିଛି।

You may have missed