ବିଷ ବଳୟରେ ମହାନଦୀ !
ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ମହାନଦୀ ପାଣି ହେଲାଣି ବିଷାକ୍ତ। ମହାନଦୀ ର ପାଣି ପିଇବା ତ ଦୂରର କଥା ଶୌଚ ଯୋଗ୍ୟ ନୁହେଁ ବୋଲି ପ୍ରଦୂଷଣ ବିଭାଗ ବହୁ ବର୍ଷ ଆଗରୁ କହି ସାରିଛନ୍ତି।ଏପରିକି ,ଏଥିପାଇଁ ବିଭିନ୍ନ ସଂସ୍ଥା ଗୁଡିକୁ ମଧ୍ୟ ଦାୟୀ କରିଛି ପ୍ରଦୂଷଣ ବିଭାଗ ।
କିନ୍ତୁ ଗତ ସରକାରଏହାକୁ ଗିଳିଦେଲା ।କାର୍ଯ୍ୟାନୁଷ୍ଠାନ ବଦଳରେ ସୁରକ୍ଷା ଦେଇ ମୋଟା ଅଙ୍କର ଚାନ୍ଦା ନେଇ ଚୁପ୍ ରହିଲେ।ଜାହାର ଦଶା ଭୋଗିବାକୁ ପଡୁଛି ସମ୍ବଲପୁର ଅଧିବାସୀ ଓ ମହାନଦୀ କୂଳବର୍ତ୍ତୀ ଲୋକଙ୍କୁ।ସେହି ବିଷାକ୍ତ ପାଣି ଆମ୍ଭେ ପିଉଛୁ। ଏହାର ପରିଣତି କଣ ହେଉଛି ତାହା ଚିନ୍ତା କରିବାର ଇଚ୍ଛା ମଧ୍ୟ କାହାର ନାହିଁ।
ହିଣ୍ଡାଲକୋ ର ସ୍ମେଲଟର ପ୍ଲାଣ୍ଟ,ବ୍ଲୁ ଫକ୍ସ, ରାଠି ଉଦ୍ୟୋଗ,ବିଭିନ୍ନ ଚାଉଳ କଳ,ନର୍ସିଂ ହୋମ,ଭିମାସାର ମେଡ଼ିକାଲ୍ର ବିଷାକ୍ତ ପାଣି ମିଶୁଛି ମହାନଦୀ ରେ। ନିଜର ବ୍ୟବସାୟୀକ ଲାଭ ପାଇଁ ସେମାନେ ଫିଲଟେରେସନ ପ୍ଲାଣ୍ଟ ବସାଉ ନାହାନ୍ତି।ସେମାନେ ଲକ୍ଷ,ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି।ଯାହା ଫଳରେ
ସମ୍ବଲପୁର କେବଳ ନୁହେଁ ସଂପୂର୍ଣ୍ଣ ମହାନଦୀ କୂଳରେ ରହୁଥିବା ଜନତା ପାଇଁ ଏବେ ବିପଦଘନେଇ ଆସିଛି। ଚିତ୍ରୋତ୍ପଳା ଗଙ୍ଗା ଯାହା ଆମ ପାଇଁ ପବିତ୍ର ଥିଲା ତାହା ଆମ ପାଇଁ ବିଷ ନଦୀ ରେ ପରିଣତ ହୋଇଛି।ମହାନଦୀର ପାଣିରେ ବିଭିନ୍ନ ପ୍ରକାରର ବିଷାକ୍ତ ଧାତୁ ଏବଂ ଦୁଷିତ ପଦାର୍ଥ ଥିବା ଜଣା ପଡିଛି।ଯେପରିକି ସିସା, ପାରଦ, କ୍ୟାଡମିୟମ, ତମ୍ବା , ଏବଂ ଆର୍ସେନିକ ଭଳି ଧାତୁ ରହିଥିବା କୁହାଯାଉଛି । ଏହା ମୁଖ୍ୟତଃ ଅଞ୍ଚଳରେ ଥିବା ଶିଳ୍ପ ଓ ଖଣିଜ କାରଖାନାର ତରଳ ବିଷାକ୍ତ ପାଣି ମାଧ୍ୟମରେ ନଦୀରେ ପହଞ୍ଚି ଥାଏ।
ଏହି ବିଷାକ୍ତ ଧାତୁମାନେ ପାଣିର ଗୁଣ ନଷ୍ଟ କରି ମାନବ ସ୍ୱାସ୍ଥ୍ୟରେ ତୀବ୍ର ପ୍ରଭାବ ପକାଇ ଥାଏ। ଯେମିତି ଲିଭର, କିଡନୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ରହିଥାଏ।ଏହାଛଡା ବିଭିନ୍ନ ଚର୍ମ ରୋଗ କରାଇ ଥାଏ। ଏ ଭିତରେ ସରକାର ବଦଳିଛି କିନ୍ତୁ ଅନେକ ଅଧିକାରୀଙ୍କ ନିଦ୍ରା ଭଙ୍ଗ ହୋଇ ନାହିଁ।୨୪ବର୍ଷର ସରକାର ରେ ଯେଉଁ ସଂସ୍କୃତି ଚାଲିଥିଲା ସେହି ଅପସଂସ୍କୃତି ଅସ୍ଥି ମଜ୍ଜାରେ ମିଶି ଯାଇଥିବା ଭଳି ଲାଗିଲାଣି।ନିକଟରେ ଅଧିକ ତଥ୍ୟ ସାମ୍ନାକୁ ଆସିଛି। ହୀରାକୁଦ ଜଳ ଭଣ୍ଡାର ର ପଟୁ ମାଟିରେ କର୍କଟ ରୋଗ ହେବାର ବିଷାକ୍ତ ପଦାର୍ଥ ସବୁ ରହିଛି।
ହିଣ୍ଡାଲକୋର ସ୍ମେଲ୍ଟର ପ୍ଲାଣ୍ଟରୁ ନିର୍ଗତ ତରଳ ବିଷାକ୍ତ ଧାତୁ ଓ ରାସାୟନିକ ଦ୍ରବ୍ୟରେ ବିଭିନ୍ନ ପ୍ରକାରର ବିଷ ମିଳିଥାଏ, ଯେଉଁଥିରେ କିଛି ପ୍ରଧାନ ବିଷାକ୍ତ ଧାତୁ ଗୁଡିକ ମାନବ ଶରୀର ପାଇଁ କ୍ଷତିର କାରଣ ସାଜିବା ଆଶଙ୍କା ରହିଛି।
ଯେପରି ପ୍ଲମ୍ (Lead): ପ୍ଲମ୍ ମାନବ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହା କିଡନୀ, ମାନସିକ ସ୍ୱାସ୍ଥ୍ୟ ଓ ସ୍ୱର ଯନ୍ତ୍ରଣାକୁ କ୍ଷତି କରିପାରେ।କ୍ୟାଡମିୟମ୍ (Cadmium): କ୍ୟାଡମିୟମ୍ ରକ୍ତରେ ଥିବା ମାତ୍ରା ବୃଦ୍ଧି କଲେ ଏହା ଲିଭର, କିଡନୀ ଓ ଶ୍ୱାସନଳୀରେ ଦୁଷ୍ପ୍ରଭାବ କରିପାରେ । କପର୍ (Copper): କପର ମାନବ ଶରୀରରେ ସାଧାରଣତଃ ଥାଏ, କିନ୍ତୁ ଏହା ଅଧିକ ମାତ୍ରାରେ ଥିଲେ ହାନିକାରକ ହୋଇପାରେ। ଆର୍ସେନିକ୍ (Arsenic): ଆର୍ସେନିକ୍ ସ୍ୱାସ୍ଥ୍ୟ ମାନେ ଦୀର୍ଘକାଳୀନ ସମୟରେ ହାନିକାରକ ଥାଏ, ଯାହା ଗୋଟିଏ ଅନେକ ଜନିତ ସମସ୍ୟା ସୃଷ୍ଟି କରିପାରେ। ହେଭି ମେଟାଲ୍ (Heavy Metals): ଏହି ପ୍ଲାଣ୍ଟରୁ ନିକସ୍ତ ଅନ୍ୟାନ୍ୟ ହେଭି ମେଟାଲ୍ ମଧ୍ୟ ଥିବା ସମ୍ଭାବନା ରହିଛି, ଯେପରିକି ମାଙ୍କ୍ ଓ ଚାର୍କୋଲ୍ ଓ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ କୁହାଯିବ।
ଏହି ବିଷାକ୍ତ ଧାତୁ ଓ ରାସାୟନିକ ଦ୍ରବ୍ୟଗୁଡିକ ମହାନଦୀର ପାଣିରେ ଥିଲେ ତାହା ମାନବ ସ୍ୱାସ୍ଥ୍ୟ, ପ୍ରାକୃତିକ ଇକୋସିଷ୍ଟମ୍ ଓ ସ୍ଥାନୀୟ ସମୁଦାୟରେ ନକାରତ୍ମକ ପ୍ରଭାବ କରି ପାରେ। ଏଠାରେ ପ୍ରକାଶ ଥାଉ ଯେ ସମ୍ବଲପୁର ରେ ପ୍ରତି ବର୍ଷ ଅତି କମ ରେ ୩୦୦ ରୁ ୫୦୦ ଲୋକଙ୍କର ଅକାଳରେ ଜଣ୍ଡିସ ରେ ମୃତ୍ୟୁ ବରଣ କରୁଛନ୍ତି।ଚାଉଳ କଳ ଓ ନର୍ସିଂ ହୋମ (Nursing home) ରୁ ନିର୍ଗତ ହେଉଥିବା କିଛି ବିଷର ନାମ ଏହାର ଆଧାରରେ ଦିଆଯାଉଛି। ଯାହାକି ଚାଉଳ କଳ ରୁ ନିର୍ଗତ ବିଷ ବୋଲି ଧରି ନେବାକୁ ହେବ। ଏଲ୍ଡେଡି (Aldehydes): ଚାଉଳ କଳରୁ ଏଲ୍ଡେଡିକ୍ ରାସାୟନିକ ଗଠନ ହୋଇପାରେ। ଫୁସିଓନ୍ (Fusarium): ଏହା ଏକ ଫଙ୍ଗସ, ଯାହା ଚାଉଳ କଳରେ ରହିପାରେ ଓ ବିଷାକ୍ତ ସମସ୍ୟା ସୃଷ୍ଟି କରିପାରେ। ଜିଆମ୍ବିର (Gibberellins): ଯଦି ଚାଉଳ କଳରେ ଏହା ମିଳିଥିବା ବିକାଶ ହୋଇଥିବା ସମ୍ଭାବନା ରହିଛି।ଏକ୍ଟିନୋମିସେଟ୍ (Actinomycetes): ଯଦି ଏହାର ସଂଗ୍ରହ ହୋଇଥିଲେ, ତେବେ ଏହା ବିଷାକ୍ତ ହୋଇପାରେ।
ସେହିପରି ନର୍ସିଂ ହୋମ ରୁ ନିର୍ଗତ ବିଷ ବାଇଓପ୍ସି (Biopsies): ନର୍ସିଂ ହୋମରେ ରୋଗୀଙ୍କର ବାଇଓପ୍ସି ବ୍ୟବହାର କରି ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥାଏ, ଯାହା ବିଷାକ୍ତ ହୋଇପାରେ।ଏନ୍ଜାଇମ୍ (Enzymes): ନର୍ସିଂ ହୋମରେ ବିଭିନ୍ନ ପ୍ରକାରର ଏନ୍ଜାଇମ୍ ନିର୍ଗତ ହୋଇପାରେ, ଯାହା ଦୂଷଣ ଓ ବିଷାକ୍ତତା ସୃଷ୍ଟି କରିପାରେ।
ଅବେସିସ୍ (Abcesses): ନର୍ସିଂ ହୋମରେ ଅବେସିସ୍ ଥିଲେ, ଏହା ଗୋଟିଏ ଅନୁସାରେ ବିଷାକ୍ତ ସମସ୍ୟା ସୃଷ୍ଟି କରିପାରେ।
ବ୍ୟାକ୍ଟେରିଆ (Bacteria): ନର୍ସିଂ ହୋମରେ ବ୍ୟାକ୍ଟେରିଆ ନିର୍ଗତ ହୋଇପାରେ, ଯାହା ଏକ ଅନେକ ସମସ୍ୟା ସୃଷ୍ଟି କରିପାରେ।
ଚାଉଳ କଳ ଓ ନର୍ସିଂ ହୋମ ରୁ ନିର୍ଗତ ବିଷ ଉପରେ ଅଧିକ ଗବେଷଣା ଓ ପରୀକ୍ଷା କରାଯିବା ଆବଶ୍ୟକ। ଏହି ବିଷଗୁଡିକ ମାନବ ସ୍ୱାସ୍ଥ୍ୟ ଓ ପ୍ରାକୃତିକ ପରିବେଶ ପାଇଁ ହାନିକାରକ ହୋଇପାରେ, ତେଣୁ ସେଥିରେ ସତର୍କତା ରଖିବା ଦରକାର।
ସୁନ୍ଦରଗଡ଼,ଝାରସୁଗୁଡ଼ା,ସମ୍ବଲପୁର,ବରଗଡ଼ ଜିଲ୍ଲାର ବିଭିନ୍ନ ଖଣି,ଶିଳ୍ପ,ଚାଉଳ କଳ ରୁ ମହାନଦୀ କୁ ବିଷାକ୍ତ ପାଣି ମିଶୁଛି। ଆଉ ସେଥିପାଇଁ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।
ମହାନଦୀ ଓଡ଼ିଶାର ଜୀବନ ରେଖା।ଏହାକୁ ବିଷ ନଦୀରେ ପରିଣତ କରିବା ଓ ସମଗ୍ର ଅଞ୍ଚଳର ମଣିଷ ଜୀବନ ସହ ଖେଳ ଖେଳିବାର ଅଧିକାର ନାହିଁ। ମହାନଦୀ କୁ ପ୍ରଦୂଷଣ ମୁକ୍ତ କରିବାକୁ ଆମକୁ ଆଗେଇ ଆସିବାକୁ ପଡ଼ିବ।