July 6, 2024

ବରିଷ୍ଠ ସାମ୍ବାଦିକ ଙ୍କ ପିତୃବିୟୋଗ

Share

ବରିଷ୍ଠ ସାମ୍ବାଦିକ ଙ୍କ ପିତୃବିୟୋଗ
ଅସ୍ତରଙ୍ଗ,1/11-ଅସ୍ତରଙ୍ଗ କାକଟପୁର ଅଂଚଳ ର ଜଣେ ସୁନାମ ଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଦାସ ଙ୍କ ପିତା ରାଜକିଶୋର ଦାସ ଙ୍କ ୭୭ ବର୍ଷ ବୟସ ରେ ଅକାଳ ବିୟୋଗ ଘଟିଛି, ସୂଚନା ମୁତାବକ ତାଙ୍କ ପିତା ଜଣେ ମିଷ୍ଟଭାଷୀ, ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ରୂପେ ଅସ୍ତରଙ୍ଗ ଅଞ୍ଚଳ ରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଅଟନ୍ତି, ହଟାତ ମଙ୍ଗଳବାର ତାଙ୍କ ଶରୀର ଅସୁସ୍ଥ ହୋଇଥିଲା, ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠି ଆଇସିୟୁ ନମିଳିବାରୁ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ କୁ ନିଆଯାଇଥିଲା, ସେଠି ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କ ମୃତ୍ୟୁ ଘଟିଥିଲା, ସୂଚନା ପାଇ ତାଙ୍କ ଅମୃତତୁଲ୍ୟ ଶରୀର କୁ ଦର୍ଶନ କରିବାକୁ ଅସ୍ତରଙ୍ଗ ସ୍ଥିତ ତାଙ୍କ ଵାସଭବନ କୁ ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ୱାର୍ଡ ସଭ୍ୟ ଯୁବ ସମାଜସେବୀ ମନୋଜ ବିଶ୍ୱାଳ, ଅସ୍ତରଙ୍ଗ ଅଂଚଳ ର ସମସ୍ତ ସାମ୍ବାଦିକ, ବୁଦ୍ଧିଜୀବୀ, ଅସ୍ତରଙ୍ଗ ଅଂଚଳ ର ଶତାଧିକ ଜନସାଧାରଣ ରୁଣ୍ଡ ହୋଇଥିଲେ, ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରିଥିଲେ, ତାଙ୍କ ମୃତ୍ୟୁ କୁ ନେଇ କେବଳ ନିରଞ୍ଜନ ଙ୍କ ପରିବାର ନୁହେଁ, ଅସ୍ତରଙ୍ଗ ଅଞ୍ଚଳ ରେ ଏକ ପ୍ରକାର ଶୋକ ର ଛାୟା ସୃଷ୍ଟି ହେଇଛି l

You may have missed